News World Odisha
Current News Updates

ଓମାନରେ ଫସିଛନ୍ତି ଓଡ଼ିଆ

0 165

ଓମାନରେ ଫସିଛନ୍ତି ଓଡ଼ିଅା ଶ୍ରମିକ । ୧୭ଜଣ ଓଡ଼ିଅା ଶ୍ରମିକ ଓମାନର ରାଜଧାନୀ ମସ୍କଟ ସହରରେ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଗଂଜାମ ଅାସିକା, କୋଦଳା ଓ ଛତ୍ରପୁରର ୮ ଜଣ ଶ୍ରମିକ ଥିବା ବେଳେ ଅନ୍ୟ  ୮ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି ।

ଜେ ଅାଣ୍ଡ ପି ନାମକ ଏକ ଘରୋଇ କଂପାନୀରେ ଫିଟର, ୱେଲଡର ଓ ହେଲପର କାମ ପାଇଁ ଏମାନେ ଓମାନ ଯାଇଥିଲେ । ମାତ୍ର ସେମାନଙ୍କୁ ଦୀର୍ଘ ୫ମାସ ହେବ ଦରମା ଦେଇନଥିବା ବେଳେ ଖାଇବା ପିଇବା ଠିକସେ ଦିଅାଯାଉନଥିବା ଅଭିଯୋଗ କରିଛନ୍ତି । ଏପରିକି କଂପାନୀ କତୃପକ୍ଷ ସେମାନଙ୍କ ପାସପୋର୍ଟ ଛଡ଼ାଇ ରଖିଥିବା ଅଭିଯୋଗ ହୋଇଛି ।

ଖାଲି ଓଡ଼ିଶା ନୁହନ୍ତି ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଅାନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ପ୍ରାୟ ୧୨ଶହ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ପ୍ରତିବାଦରେ ଭାରତୀୟ ଶ୍ରମିକ ମାନେ କଂପାନୀ ସାମ୍ନାରେ ଅାନ୍ଦୋଳନ କରିଥିଲେ ମଧ୍ୟ ସୁଫଳ ମିଳିପାରିନି ।

Get real time updates directly on you device, subscribe now.

Comments
Loading...