News World Odisha
Current News Updates

ଓମାନରେ ଫସିଛନ୍ତି ଓଡ଼ିଆ

0 133

Get real time updates directly on you device, subscribe now.

ଓମାନର ରାଜଧାନୀ ମସ୍କଟରେ ଫସିଛନ୍ତି ୧୭ ଜଣ ଓଡ଼ିଆ ଶ୍ରମିକ । ନ୍ୟୁଜ ଓ୍ଵାର୍ଲ୍ଡ ଓଡ଼ିଶାରେ ଖବର ପ୍ରସାରଣ ହେବା ପରେ ଗଂଜାମ ଜିଲ୍ଲା ଶ୍ରମ ଅଧିକାରୀ ଫସି ରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।
ସେମାନଙ୍କ ମଧ୍ୟରୁ ଗଂଜାମ ଆସିକା, କୋଦଳା ଓ ଛତ୍ରପୁରର ୮ ଜଣ ଶ୍ରମିକ ଥିବା ବେଳେ ଅନ୍ୟ ୮ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି । ଜେ ଆଣ୍ଡ ପି ନାମକ ଘରୋଇ କଂପାନୀରେ ଫିଟର, ଓ୍ଵେଲଡର ଓ ହେଲପର କାମ ପାଇଁ ଏମାନେ ଓମାନ ଯାଇଥିଲେ । ମାତ୍ର ସେମାନଙ୍କୁ ୫ ମାସ ହେବ ଦରମା ଏବଂ ଖାଇବାପିଇବା ଠିକରେ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏପରିକି କଂପାନୀ କର୍ତ୍ତୃପକ୍ଷ ପାସପୋର୍ଟ ଛଡ଼ାଇ ରଖିଥିବା ଅଭିଯୋଗ କରିଛନ୍ତି ଏହି ଶ୍ରମିକ । ଏମାନଙ୍କ ମଧରୁ କିଛି ଲୋକଙ୍କ ପରିଚୟ ମିଳିଛି । ସେମାନେ ହେଲେ କେନ୍ଦ୍ରାପଡ଼ାର ଅନାଦୀ ପାତ୍ର, ପଟ୍ଟାମୁଣ୍ଡାଇର ବାବୁରାମ ସାହୁ, ଶୁଭକାନ୍ତ ସ୍ୱାଇଁ, ସୋନପୁର ଡୁଙ୍ଗୁରିପାଲିର ପ୍ରଶାନ୍ତ କୁମାର ବଞ୍ଚ, କଟକର ବଳଭଦ୍ର ତ୍ରିପାଠୀ, ବାଣପୁରର କିଶୋର ପ୍ରଧାନ, ଅରବିନ୍ଦ ପ୍ରଧାନ, ଗଂଜାମର ଅଲିକ୍ରିଷ୍ଣା ପ୍ରଧାନ, ସୁରଜ ପ୍ରଧାନ ଓ ବିପିନବିହାରୀ ପଲାଇ । କେବଳ ଓଡ଼ିଶା ନୁହେଁ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ପ୍ରାୟ ୧୨ଶହ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଭାରତୀୟ ଶ୍ରମିକମାନେ କଂପାନୀ ସମ୍ମୁଖରେ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି

Get real time updates directly on you device, subscribe now.

Comments
Loading...