News World Odisha
Current News Updates

କଳିଙ୍ଗରେ ଲେଖିହେଲା ଲୁହର ଇତିହାସ…

0 22,861

Get real time updates directly on you device, subscribe now.

ହୋମଗ୍ରାଉଣ୍ଡରେ ଭାରତ ହତାଶ ହେଲା ସତ, ବିଶ୍ବ କପ୍ ହାତେଇବାର ସବୁ ସ୍ବପ୍ନ ମାଟିରେ ମିଶିଗଲା ସତ ହେଲେ ହତାଶ ଆଉ ହାରିବା ଭିତରେ ଉତ୍ସାହ ଦେବାର କଳା ଦେଖିଲା ସାରା ଭାରତ  । ଗୋଟିଏ ପଟେ ନେଦରଲ୍ୟାଣ୍ଡର ଶକ୍ତିଶାଳୀ ଗୋଲ ଆଗରେ ଭାରତର ଶକ୍ତି କମିକମି ଯାଉଥିବା ବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ହାତର ତାଳି ଓ ଆଖିର ଲୁହରେ ଶକ୍ତି ପାଉଥିଲା  ଟିମ୍ ଇଣ୍ଡିଆ  ।

ହାରିବା ପରେ ବି ଭାରତୀୟ ଖେଳାଳିଙ୍କୁ ଉତ୍ସାହ ଦେଇଥିଲେ ଓଡ଼ିଶାବାସୀ  । ଆଉ ‘ବିଦାୟ, ବାଏ ବାଏ, ସ୍ବପ୍ନ ଧୂଳିସାତ’ ଭଳି ଶବ୍ଦ ଦର୍ଶକଙ୍କ ପ୍ରେରଣା ଓ ଆଖିର ଲୁହରେ ଧୋଇଯାଇ ବ୍ଲୁ ଟର୍ଫରେ ମିଶିଯାଉଥିଲା  । ଲାଗୁଥିଲା ସାରା ଦିନ ପାଇଁ କଳିଙ୍ଗରେ ଲେଖି ହୋଇଗଲା ଲୁହ ଆଉ ତାଳିର କାହାଣୀ  ।

କାଲି ପରି ମନେ ହେଉଛି ଉଦଘାଟନୀ ଉତ୍ସବ ଦିନ ଓଡ଼ିଶାବାସୀ ଟିମ୍ ଇଣ୍ଡିଆକୁ ପ୍ରେରଣା ସହ ବିଜୟର ଟୀକା ପିନ୍ଧାଇଥିଲେ ଆଉ ଆଜି ପରାଜୟ ପରେ ବି ହାତ ଛାଡ଼ି ନାହାନ୍ତି ଓଡ଼ିଶାବାସୀ, ଠିକ୍ ପୁଅଟେ ହାରିଗଲେ ବାପ ହାତ ନଛାଡ଼ିବା ପରି  ।

Get real time updates directly on you device, subscribe now.

Comments
Loading...