News World Odisha
Current News Updates

ପିଲାବେଳୁ ପୋଲିସ

0 213

Get real time updates directly on you device, subscribe now.

ରାଜ୍ୟରେ ଆରମ୍ଭ ହେବ ଷ୍ଟୁଡେଣ୍ଟ ପୋଲିସ କ୍ୟାଡେଟ ବା ଏସପିସି ବ୍ୟବସ୍ଥା । ଆସନ୍ତା ୧୫ ତାରିଖରେ ଏସପିସି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂ ମାଧ୍ୟମରେ କ୍ୟାପିଟାଲ ହାଇସ୍କୁଲ ପରିସରରୁ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ୪୪ଟି ସ୍କୁଲକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ପରିବର୍ତ୍ତନ ସମୟରେ ରାଜ୍ୟର ସମସ୍ତ ସ୍କୁଲକୁ ଏସପିସି ବ୍ୟବସ୍ଥାର ପରିସର ଭୁକ୍ତ କରିବେ ରାଜ୍ୟ ସରକାର ।
ଛାତ୍ରଛାତ୍ରୀଙ୍କୁ ସ୍କୁଲ ସମୟରୁ ଶୃଙ୍ଖଳିତ ଓ ସମାଜ ପ୍ରତି ସମ୍ବେଦନଶୀଳ କରିବା ଏସପିସି ବ୍ୟବସ୍ଥାର ଲକ୍ଷ୍ୟ । ପ୍ରତି ସ୍କୁଲର ଅଷ୍ଟମ ଓ ନବମ ଶ୍ରେଣୀର ୨୨ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଏ । ସେମାନଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ଓ ମାନସିକ ଟେ୍ରନିଂ ଦିଆଯାଇଥାଏ । 2010ରେ ଏସପିସି ବ୍ୟବସ୍ଥାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିଥିଲେ କେରଳ ସରକାର । ତୃଣମୂଳ ସ୍ଥରରେ ଭଲ ରେସପନ୍ସ ମିଳିବାରୁ ସାରା ରାଜ୍ୟରେ ଲାଗୁ କରାଯାଇଥିଲା । ପରେ ପରେ ଗୁଜୁରାଟ, ରାଜସ୍ଥାନ ଓ ହରିୟାଣା ସରକାର ଏସପିସି ବ୍ୟବସ୍ଥା ରାଜ୍ୟରେ ଲାଗୁ କରିଛନ୍ତି । ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୪ଟି କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସ୍କୁଲରେ ଆରମ୍ଭ ହେବ ଏସପିସି ବ୍ୟବସ୍ଥା ।

Get real time updates directly on you device, subscribe now.

Comments
Loading...