News World Odisha
Current News Updates

କଳିଙ୍ଗରେ ହେବ କଡ଼ା ଟକ୍କର

0 117

ହକି ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ । ବୁଧବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ଅଲିମ୍ପିକ ଚାମ୍ପିୟନ ଆଜେର୍ଣ୍ଟିନାକୁ ୩-୨ ଗୋଲରେ ହରାଇ ଇଂଲଣ୍ଡ ସେମିରେ ପହଞ୍ଚିଛି। ସେହିପରି ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ୩-୦ ଗୋଲରେ ପରାସ୍ତ କରି ବିଶ୍ୱର ଏକ ନମ୍ବର ଟିମ ଅଷ୍ଟ୍ରେଲିଆ ସେମିଫାଇନାଲ ଟିକେଟ ହାତେଇଛି। ଅନ୍ୟପଟେ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଛନ୍ତି ଆଜେର୍ଣ୍ଟିନା ଓ ଫ୍ରାନ୍ସ । ଆଜି ବିଶ୍ୱକପର ତୃତୀୟ ଓ ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ । ଅପରାହ୍ନ ୪.୪୫ରେ ବେଲଜିୟମ-ଜର୍ମାନୀ ଓ ସନ୍ଧ୍ୟା ୭ଟାରେ ଭାରତ-ନେଦରଲାଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ତୃତୀୟ କ୍ୱାର୍ଟରର ବିଜୟୀ ଟିମ ଇଂଲଣ୍ଡ ସହ ଓ ଚତୁର୍ଥ କ୍ୱାର୍ଟରର ବିଜୟୀ ଟିମ୍‌ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଖେଳିବ।

Get real time updates directly on you device, subscribe now.

Comments
Loading...