News World Odisha
Current News Updates

ମୁଦ୍ରାରେ ବି ଅଟଳ

0 221

Get real time updates directly on you device, subscribe now.

ଅଟଳଙ୍କ ମୃତ୍ୟୁ ଭାରତୀୟ ରାଜନୀତି ପାଇଁ ଥିଲା ଏକ ଅପୂରଣୀୟ କ୍ଷତି । ଚଳିତ ବର୍ଷ ଅଗଷ୍ଟ 16 ତାରିଖରେ ଅଟଳ ବିହାରୀ ବାଜପେୟୀ ପଞ୍ଚଭୂତରେ ଲୀନ ହୋଇଥିଲେ । ତେବେ ତାଙ୍କ ସ୍ମତିରେ ଖୁବ ଶୀଘ୍ର ଆସିବ ଭାରତୀୟ ମୁଦ୍ରାରେ ପ୍ରତିଛବି । 100ଟଙ୍କିଆ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ରହିବ ଅଟଳଙ୍କ ପ୍ରତିଛବି । କେବଳ ପ୍ରତଛବି ନୁହଁ ତାଙ୍କ ନାମ ବି ଉଭୟ ଦେବାନାଗରି ଲିପି ଓ ଇଂରାଜୀ ଭାଷାରେ ରହିବ । 93 ବର୍ଷରେ ଇହଧାମ ତ୍ୟାଗ କରିଥିବା ଅଟଳଙ୍କ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକି ମଧ୍ୟ ମୁଦ୍ରାରେ ଖୋଦିତ ହୋଇ ରହିବ ।
ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଟଳଙ୍କ ପ୍ରତିଛବି ଓ ଅପର ପାର୍ଶ୍ୱରେ ରହିବ ଅଶୋକ ସ୍ତମ୍ଭ ଆଉ ତା ତଳେ ଦେବନାଗରି ଲିପିରେ ଖୋଦିତ ହେବ ସତ୍ୟମେବ ଜୟତେ । ସତ୍ୟମେବ ଜୟତେର ବାମ ପାର୍ଶ୍ୱରେ ଦେବନାଗରି ଲିପିରେ ଲେଖାଯିବ ‘ଭାରତ’ ଓ ଡାହଣ ପାର୍ଶ୍ୱରେ ଇଂରାଜୀରେ ଲେଖାଯିବ ‘ଇଣ୍ଡିଆ’ । ମୁଦ୍ରା ର ଓଜନ 35ଗ୍ରାମ ହେବ । ଆଉ ଅଶୋକ ସ୍ତମ୍ଭ ତଳକୁ ଭାରତୀୟ ମୁଦ୍ରାର ପ୍ରତୀକ ଓ 100 ଅଙ୍କ ରହିବ ।
ଏତଦ୍ ବ୍ୟତୀତ ବାଜପେୟୀଙ୍କ ସ୍ମତିରେ ଛଟିଶଗଡ଼ର ‘ନୟା ରାୟପୁର’ କୁ ‘ଅଟଳ ନଗର’ ନାମରେ ନାମିତ କରାଯାଇଛି । ଡେରାଡୁନ ଏୟାରପୋର୍ଟ ର ନାମକୁ ମଧ୍ୟ ଅଟଳଙ୍କ ମୃତ୍ୟୁ ପରେ ନୂଆ ନାମରେ ନାମିତ କରାଯିବାର ନିଷ୍ପତି ନିଆଯାଇଛି । ସେହିପରି ଲକ୍ଷ୍ନୌର ପ୍ରସିଦ୍ଧ ‘ହଜରାତଗଞ୍ଜ ଚୌରାହା’କୁ ମଧ୍ୟ ପରିବର୍ତ୍ତନ କରି ‘ଅଟଳ ଛକ’ ନାମରେ ନାମିତ କରାଯାଇଛି ।

Get real time updates directly on you device, subscribe now.

Comments
Loading...