News World Odisha
Current News Updates

ପୁରୀରେ କୁକୁଡାମରା ଅଭିଯାନ ଆରମ୍ଭ

0 51

ପୁରୀ କୃଷ୍ଣପ୍ରସାଦରେ କୁକୁଡାମରା ଅଭିଯାନ ଆରମ୍ଭ । କୃଷ୍ଣପ୍ରସାଦ ବ୍ଲକ ବୁଢ଼ୀ ବର ସାନ ସାହି, ପଥର ଗଞ୍ଜ, ମାଲୁଦ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କକୁଡାମରା ଅଭିଯାନ । କୁକୁଡାଙ୍କୁ ମରାଯିବା ସହ ପୋଡି ପୋତା ଯାଇଛି । ୧୦ କିଲୋମିଟର ଭିତରେ ଏହି ଅଭିଯାନ ବ୍ୟାପକ ସଂକ୍ରମଣ ହୋଇଥିଲେ କୁକୁଡାଙ୍କୁ ମରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ କ୍ଷତି ସହିଥିବା ବ୍ୟବସାୟୀଙ୍କୁ କ୍ଷତିପୁରଣ ମଧ୍ୟ ଦିଆଯିବ । କୁକୁଡାମରା ଅଭିଯାନକୁ ତ୍ୱରାନ୍ଵିତ କରିବା ପାଇଁ ପୁରୀ ଜିଲ୍ଲା ପଶୁସମ୍ପଦ ବିଭାଗ ପକ୍ଷରୁ ୧୦ଟି ଟିମ୍‌ କୃଷ୍ଣପ୍ରସାଦ ଅଞ୍ଚଳକ ପଠାଯାଇଛି । ଲୋକମାନେ ନଡରି ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments
Loading...