News World Odisha
Current News Updates

ରାଜଧାନୀରେ ସେଲଫି ମାନିଆ

0 133

Get real time updates directly on you device, subscribe now.

ଡଟ୍‌ ଫେଷ୍ଟରେ ସେଲଫି ମାନିଆ । ମ୍ୟୁଜିକ୍‌, ମସ୍ତି ଓ ସହ ଫଟୋ ସେସନ । ହାତରେ ସ୍ମାର୍ଟ ଫୋନ୍‌ ଧରି ଆରମ୍ଭ ହେଇଯାଉଛି ପୋଜ୍‌ । ଏଥିରେ କେବଳ ୟଙ୍ଗଷ୍ଟର ନୁହନ୍ତି, ପରିବାର ସହ ବି ସେଲ୍‌ଫି ନେବାକୁ ଭୁଲୁନାହାନ୍ତି ଦର୍ଶକ । ଆଉ ସେଲଫି ପ୍ରେମୀଙ୍କ ପାଇଁ ଏଭଳି ନିଆରା ସୁଯୋଗ ଆଣିଦେଇଛି ଡଟ୍‌ ଫେଷ୍ଟ ।

ଏଫିଲ୍‌ ଟାଓ୍ଵାର ହେଉ ଅବା ସିଡନୀ ଅପେରା ହାଉସ୍‌, ଏଲିଜାବେଥ ଟାଓ୍ଵାର ସାମ୍ନା ବି ବାଦ୍‌ ପଡ଼ିନି ଯୁବପିଢ଼ୀଙ୍କ ସେଲଫି ଜୋନ୍‌ରୁ। କିଏ ଫଟୋ ଉଠାଉଛି ତ କିଏ ନେଉଛି ସେଲଫି । ସେଭେନ୍‌ ଓ୍ଵାଣ୍ଡର ସହ ବିଭିନ୍ନ ପ୍ରକାରର ଆଖି ଦୃଶିଆ ସ୍ଥାନରେ ଘଡିଏ ଅଟକି ଫଟୋ ଉଠାଇବାକୁ ଭୁଲୁନାହାନ୍ତି । ସତସତିକା ନହେଲେ ବି ଅବିକଳ ସେହି ଆକୃତିର ବିଭିନ୍ନ ଆଶ୍ଚର୍ଯ୍ୟକର ସ୍ଥାନର ପ୍ରତିକୃତିକୁ ଗୋଟିଏ ସ୍ଥାନକୁ ନେଇ ଆସିଛନ୍ତି ବିଡିଏ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ । ହକି ବିଶ୍ୱକପ୍‌ ଲାଗି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଇଣ୍ଟରନ୍ୟାସନାଲ ଷ୍ଟ୍ରିଟ୍‌ ଫୁଡ୍‌ ଫେଷ୍ଟିଭାଲର ଏକ ପ୍ରମୁଖ ଅଂଶ ପାଲଟିଛି ଏହି ସ୍ଥାନ । ଖାଦ୍ୟ ମେଳାରେ କିଏ କିଛି ଖାଉ କି ନଖାଉ ଫଟୋ କି ସେଲଫି ନେବାକୁ କିନ୍ତୁ ଆଦୌ ଭୁଲୁନାହାନ୍ତି । ଆଉ ପ୍ରଦର୍ଶନୀ ପଡ଼ିଆ ସାମ୍ନା ରାସ୍ତାକୁ ଚେସ୍‌ ବୋର୍ଡର ରୂପ ଦିଆଯାଇଛି । ସଞ୍ଜ ନଇଁଲେ ରଙ୍ଗବେରଙ୍ଗର ଭଳିକି ଭଳି ଆଲୋକମାଳା ଦେଖିଲେ କ୍ୟାମେରାରେ କଏଦ ନ କରି ରହିପାରୁନି ମଣିଷଟିଏ। ବିଶ୍ୱ କପ୍‌ ହକି ରାଜଧାନୀବାସୀଙ୍କୁ ଦେଇଛି ନୂଆ ଏବଂ ଭିନ୍ନ ଅନୁଭୂତି ।

Get real time updates directly on you device, subscribe now.

Comments
Loading...