News World Odisha
Current News Updates

ନବୀନ ଲେଖିଲେ ତିନି ତିନିଟି ଚିଠି

0 124

Get real time updates directly on you device, subscribe now.

ସୁରଟ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଲେ ତିନି ତିନିଟି ଚିଠି । ସୁରଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି, ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‌ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ୩ଟି ଚିଠି ଲେଖିଛନ୍ତି ନବୀନ । ସୁରଟରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଗୁଜରାଟ ପ୍ରତିପକ୍ଷଙ୍କୁ ନବୀନ ପତ୍ର ଲେଖିଛନ୍ତି । ସେହିଭଳି ଭୁବନେଶ୍ୱର-ସୁରଟ ମଧ୍ୟରେ ଡାଇରେକ୍ଟ ଫ୍ଲାଇଟ୍‌ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଭୁବନେଶ୍ୱର-ବ୍ରହ୍ମପୁର ମଧ୍ୟରେ ୨ଟି ନୂଆ ଟ୍ରେନ ଚଳାଇବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.

Comments
Loading...