News World Odisha
Current News Updates

ସଚିନ୍…ସଚିନରେ କମ୍ପିଲା କଳିଙ୍ଗ

ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଲେ କ୍ରିକେଟ୍ କିଙ୍ଗ

0 5,495

Get real time updates directly on you device, subscribe now.

କଳିଙ୍ଗ ଷ୍ଟାଡିୟମରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପହଞ୍ଚିବା ପରେ ସଚିନ…ସଚିନ ନାରାରେ କମ୍ପିଲା କଳିଙ୍ଗ । କରତାଳି ସାଙ୍ଗକୁ ଫ୍ୟାନଙ୍କ ସିଟି ମାଡ଼ରେ ଉଠିଲା, ପଡ଼ିଲା କଳିଙ୍ଗ ଷ୍ଟାଡିୟମ  । ବେଲଜିୟମ-ନେଦରଲ୍ୟାଣ୍ଡ ଫାଇନାଲ ଫାଇଟ ଚାଲିଥିଲା ବେଳେ ଭିଆଇପି ଗ୍ୟାଲେରୀରେ ଦେଖିବାକୁ ମିଳିଥିଲା ଗୌରବର ଆଉ ଚିତ୍ର  । ଏକାଠି ବସି ମ୍ୟାଚ ମଜା ନେଉଥିଲେ ୨ ଜଣ କିଙ୍ଗ  । ଜଣେ ଓଡ଼ିଶାର କିଙ୍ଗ ଆଉ ଜଣେ କ୍ରିକେଟର କିଙ୍ଗ  । ମ୍ୟାଚ ଦେଖୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମାଷ୍ଟର ବ୍ଲାଷ୍ଟର ସଚିନ ଆଲୋଚନା କରୁଥିବା ନଜରକୁ ଆସିଥିଲା ଆଉ ଏହି ସମୟରେ ଉଭୟ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା  ।

 

ତେବେ କଳିଙ୍ଗ ଷ୍ଟାଡିୟମର ଏ ଭବ୍ୟ ଆୟୋଜନ ଦେଖି ସଚିନ ଖୁସି ବ୍ୟକ୍ତ କରିଛନ୍ତି  । ଏହା ସହ ବିରାଟ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ହକି ଇଣ୍ଡିଆକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି  । କଳିଙ୍ଗରେ ଦର୍ଶକଙ୍କ ଖଚାଖଚ ଭିଡ଼ ଦେଖି ନିଜକୁ ସମ୍ଭାଳି ପାରି ନଥିଲେ ସଚିନ  । କ୍ରିକେଟ ପରେ ଲୋକଙ୍କ ହକି କ୍ରେଜ୍ ଦେଖି ନିଜ ମୋବାଇଲରେ ସେଲଫି ନେଇଥିଲେ ସଚିନ  । ଆଉ ସେହି ସେଲଫିକୁ ନିଜ ଟ୍ବିଟର ପେଜରେ ଅପଲୋଡ କରିଥିଲେ ସଚିନ  ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଲୋକଙ୍କ ଅଦ୍ଦଭୂତପୂର୍ବ ଉତ୍ସାହ ପାଇଁ ଖୁସି ବ୍ୟକ୍ତ କରିଛନ୍ତି  । ଖେଳ ପ୍ରେମୀ ସହ ସାଧାରଣ ଲୋକଙ୍କ ହକି ସ୍ପିରିଟ ପାଇଁ ହକି ବିଶ୍ବକପ-୨୦୧୮ ଏକ ମହାକାବ୍ୟରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟର ଯୋଗେ ଉଲ୍ଲେଖ କରିଛନ୍ତି  । ଲକ୍ଷଲକ୍ଷ ଲୋକଙ୍କ ସମର୍ଥନ ହିଁ ଖେଳାଳିଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି  ।

Get real time updates directly on you device, subscribe now.

Comments
Loading...