News World Odisha
Current News Updates

ମାଆ କୋଳରେ ‘ହଜିଲା ଧନ’…

ଦୀର୍ଘ ଦିନ ପରେ ଘର ବାହୁଡ଼ା ହେଲେ ୧୦୦ ନିଖୋଜ ଶିଶୁ ।

0 144

Get real time updates directly on you device, subscribe now.

ବାପା ମାଆ ଅନାଇ ବସିଥିଲେ କେବେ ତାଙ୍କ ହଜିଲା ପୁଅଝିଅ ଘରକୁ ବାହୁଡ଼ିବେ । ଅନ୍ୟ ପଟେ କୋମଳମତୀ ଶିଶୁଟିଏ ଚାତକ ପରି ଅନାଇ ବସିଥିଲା କେବେ ପିତାମାତାଙ୍କ କୋଳକୁ ପୁଣି ଥରେ ଫେରିବ । ମାତା ପିତାଙ୍କ ବିନା ଜୀବନ ଯେ କେତେ ସଂଘର୍ଷପୂର୍ଣ୍ଣ ଏହା କଳ୍ପନା କରିବା ଅତି କଷ୍ଟଦାୟକ । ତେବେ ଦୀର୍ଘ ଦିନ ଧରି ନିଜ ପରିବାରଠୁ ଅଲଗା ଥିବା ଶିଶୁ ମାନଙ୍କୁ ମିଳିଛି ଆଉ ଏକ ଜୀବନ ।

ଉତ୍ତର-ପୂର୍ବ ଦିଲ୍ଲୀ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଏଭଳି ଏକ ପଦକ୍ଷେପ ହାତକୁ ନେଇ ଅନେକ ପରିବାରରେ ଖୁସିର ଲହରୀ ଖେଳାଇ ଦେଇଛି । ଦୀର୍ଘ ଦିନ ଧରି ନିଖୋଜ ଥିବା ୧୦୦  ଜଣ ଶିଶୁଙ୍କୁ ରବିବାର ୧୬ ଡିସେମ୍ବର ଦିନ ନିଜ ପରିବାର ସହିତ ପୁଣି ଥରେ ମିଶାଇଛି ଉତ୍ତର –ପୂର୍ବ ଆଣ୍ଟି ହ୍ୟୁମାନ ଟ୍ରାଫିକିଂ ୟୁନିଟ । ୧୦୦ ଜଣ ନିଖୋଜ ଶିଶୁଙ୍କ ମଧ୍ୟରୁ ୩ ଜଣ ବିଶେଷ ଧରଣର ଭିନ୍ନକ୍ଷମ ବୋଲି ଜଣାପଡ଼ିଛି  । ଉଦ୍ଧାର ଶିଶୁ ମାନଙ୍କ ବୟସ ପ୍ରାୟ ୫ ରୁ ୧୮ ବୋଲି ଡ଼ିସିପି ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ମୁତାବକ, ନିଖୋଜ ଶିଶୁ ମାନଙ୍କୁ ମୁଖ୍ୟତଃ ବିହାର, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଏହି ସ୍ୱତନ୍ତ୍ର ୟୁନିଟ୍ ବିଭିନ୍ନ ସେଲଟର୍ ହୋମ୍ ଏବଂ ସୁଧାର ଗୃହରୁ ଉକ୍ତ ଶିଶୁ ମାନଙ୍କୁ ଉଦ୍ଧାର କରିଛି । ଏହି ୧୦୦ ଜଣ ଶିଶୁଙ୍କ ମଧ୍ୟରୁ  ୭୯ ଜଣ ପୁଅ ଥିବାବେଳେ ୨୧ ଜଣ ଝିଅ ଥିବା ଡ଼ିସିପି ସୂଚ଼ନା ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...