News World Odisha
Current News Updates

କଂଗ୍ରେସର ବରିଷ୍ଠ ନେତାକୁ ଆଜୀବନ କାରାଦଣ୍ଡ

0 124

Get real time updates directly on you device, subscribe now.

ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ । ଆଇନ ଆଖିରେ ଦୀର୍ଘ ଦିନ ହେଲା ଧୂଳି ଦେଇ ଆସୁଥିବା କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । 1984 ଶିଖ୍ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।1984 ମସିହାରେ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟରେ 5 ଜଣ ଶିଖଙ୍କୁ ହତ୍ୟା କରାଯାଇଥିଲା । ତେବେ ସଜ୍ଜନଙ୍କ ବିରେଧରେ ଥିଲା ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ । ଅପରାଧିକ ଷଡ଼ଯନ୍ତ୍ର ଓ ହିଂସା ସୃଷ୍ଟିରେ ଦୋଷୀ ସାବ୍ୟସ୍ତ ହେଲେ ସଜ୍ଜନ । ତାଙ୍କୁ ଡିସେମ୍ୱର ମାସ 31ତାରିଖ ସୁଦ୍ଧା ଆତ୍ମସର୍ମପଣ କରିବା ପାଇଁ କୋର୍ଟ ନିର୍ଦ୍ଧେଶ ଦେଇଛି । ଏବଂ ସେ ସହର ଛାଡ଼ି ନଯିବାକୁ ମଧ୍ୟ ନିର୍ଦ୍ଧେଶ ରହିଛି । ଦେଶର 3ଟି ବଡ ଜିଲ୍ଲାରେ କଂଗ୍ରେସ ନିଜର ଆଧିପତ୍ୟ ବିସ୍ତାର କରି ଖୁସି ମନାଉଥିବା ବେଳେ ଆସିଥିଲା ଏହି ଅର୍ଡର ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟଙ୍କ ଏହି ରାୟକୁ ଅଭିନନ୍ଦନ ଜଣାଇବା ସହିତ ମୃତକଙ୍କୁ ନ୍ୟାୟ ପାଇଁ ଲମ୍ୱା ଅପେକ୍ଷା କରିବାକୁ ପଡିଥିଲା ବୋଲି କହିଛନ୍ତି । ଯିଏ ଯେତେ ବଡ ବ୍ୟକ୍ତି ହୋଇଥିଲେ ବି ହତ୍ୟାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଠିନ ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି କେଜିରଓ୍ୱାଲ ।

Get real time updates directly on you device, subscribe now.

Comments
Loading...