News World Odisha
Current News Updates

୨୦୧୯ରେ ପୁଣି ଇତିହାସ ରଚିବ ‘କଳିଙ୍ଗ’ !

ଆୟୋଜିତ ହେବ ଅଲିମ୍ପିକ୍ସ କ୍ୱାଲିଫାୟର !

0 3,585

Get real time updates directly on you device, subscribe now.

ସାରା ବିଶ୍ୱରେ ଓଡିଶାର ସଂସ୍କୃତି ଏବଂ ଐତିହ୍ୟ ବଖାଣିଲା ହକି । ଏଥିପାଇଁ ଓଡିଶାକୁ ମିଳିଛି ଭୂୟସୀ ପ୍ରଶଂସା । ଓଡିଶାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ଭଳି ବଡ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ସଫଳତାର ସହ ଏହା ଶେଷ ହୋଇଛି । ହକିକୁ ନେଇ ଓଡିଶାବାସୀଙ୍କ ପାଇଁ ଏବେ ଆସିଛି ଆଉ ଏକ ଖୁସି ଖବର । ବିଶ୍ୱକପର ସଫଳତା ପାଇଁ କଳିଙ୍ଗକୁ ମିଳିଛି ଆଉ ଏକ ସୁଯୋଗ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଅଲିମ୍ପିକ୍ସ କ୍ୱାଲିଫାୟର । ଏଥିପାଇଁ ପୁଣିଥରେ ସଜେଇ ହେବ କଳିଙ୍ଗ’ର ବ୍ଲୁ ଟର୍ଫ । ୨୦୧୯ ଜୁନ ୨୯ରେ ହେବ ଅଲିମ୍ପିକ୍ସ ହକି କ୍ୱାଲିଫାୟର ମ୍ୟାଚ୍  । ଶାନ୍ତିଶୃଙ୍ଖଳାରେ ବିଶ୍ୱକପ୍ ଆୟୋଜିତ ହୋଇଥିବାରୁ ଆସନ୍ତା ୨୦୧୯ରେ କଳିଙ୍ଗରେ ହେବ ଅଲିମ୍ପିକ୍ସ କ୍ୱାଲିଫାୟର  । କଳିଙ୍ଗରେ କ୍ୱାଲିଫାୟର ହେବା ନେଇ ଅନ୍ତର୍ଜାତୀୟ ହକି ଫେଡେରେସେନ ମୁଖ୍ୟ ସୂଚନା ଦେଇଛନ୍ତି  । ଏହି ଖବର ଘୋଷଣା ହେବା ପରେ କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ୍ । ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ହକିର ଆଉ ଏକ ବଡ ପ୍ରତିଯୋଗିତା ଆୟୋଜିତ ହେବା ଖବର ଓଡିଶାବାସୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଭରି ଦେଇଛି ।

Get real time updates directly on you device, subscribe now.

Comments
Loading...