News World Odisha
Current News Updates

ସହଯୋଗ କଲେନି, ଶୁଭେଚ୍ଛା ଜଣାଇଲେ

ନବୀନଙ୍କ ଆୟୋଜନକୁ ମାନିଲେ ମୋଦି

0 10,900

Get real time updates directly on you device, subscribe now.

ହକି ବିଶ୍ବକପରେ ଓଡ଼ିଶାର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ ନେଇ ଓଡ଼ିଶା ବିଶ୍ବବିଦିତ ହେବା ପରେ ଚାରିଆଡ଼ୁ ଛୁଟିଛି ଶୁଭେଚ୍ଛାର ସୁଅ  । ରାଜ୍ୟ ସରକାର ଓ ନବୀନଙ୍କୁ ସାରା ବିଶ୍ବରୁ ମିଳିଛି ପ୍ରଶଂସା ପତ୍ର  । ବହୁ ରାଜନେତା, ବହୁ କ୍ରିକେଟର ଓ ବହୁ ସିନେ ସୁପରଷ୍ଟାର ନବୀନଙ୍କୁ ଭୁରିଭୁରି ପ୍ରଶଂସା କରିବା ପରେ ଶେଷରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଟ୍ବିଟ କରି ରାଜ୍ୟ ସରକାରଙ୍କ ଆୟୋଜନ ଓ ଆତିଥେୟତାକୁ ଭୂୟସୀ ପ୍ରଶଂସା କରିଛନ୍ତି ମୋଦି  । ‘ହକି ବିଶ୍ବକପକୁ ସଫଳ କରିଥିବାରୁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ, ଏହା ହକିପ୍ରେମୀଙ୍କ ପାଇଁ ଏକ ବଡ଼ ସୁଯୋଗ ଥିଲା  । ଏହି ଟୁର୍ଣ୍ଣାମେଣ୍ଟ ଯୁବଗୋଷ୍ଠୀ ସମେତ ଭାରତବାସୀଙ୍କୁ ଉତ୍ସାହ ଦେବ  । ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ଥିଲା’ ବୋଲି ମୋଦି ନିଜ ଟ୍ବିଟର ପେଜରେ ଲେଖିଛନ୍ତି  ।

ତେବେ ହକି ବିଶ୍ବକପ ଆୟୋଜନ ଓ ଉଦଘାଟନୀ ଉତ୍ସବକୁ କେନ୍ଦ୍ର ସହଯୋଗ କରିନଥିବା ବେଳେ ସଫାଳତାକୁ ନେଇ ଶୁଭେଚ୍ଛା ଜଣାଇବା କେତେ ଠିକ୍ ସେନେଇ ବିରୋଧୀ ସମାଲୋଚନା କରିଛନ୍ତି  । ହକି ଆୟୋଜନ ପାଇଁ କେନ୍ଦ୍ର କ୍ରୀଡ଼ା ରାଷ୍ଟମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଫୁଟି କଉଡ଼ିଟିଏ ଦେବେନି ବୋଲି ମନା କରିଦେଇଥିବା ବେଳେ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି କେଉଁ ମୁହଁରେ ଶୁଭେଚ୍ଛା ଜଣାଇଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି  ।

Get real time updates directly on you device, subscribe now.

Comments
Loading...