News World Odisha
Current News Updates

ନୂଆ ବର୍ଷରୁ ଟିଭି ଦେଖା ହେବ ମହଙ୍ଗା ! ସବୁ ଚ୍ୟାନେଲ ପାଇଁ ଦେବାକୁ ପଡିବ ଅଲଗା ଦାମ୍

0 239

Get real time updates directly on you device, subscribe now.

ଜାନୁଆରୀ ପହିଲାରୁ ଟିଭି ଦେଖା ହେବ ମହଙ୍ଗା । ଲୋକଙ୍କ ମାସିକିଆ ଟିଭି ଓ ଡିଟୁଏଚ ବିଲ ବଢିଯିବ । ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିପାରେ । ନୂଆବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇପାରେ । ଏହି ନିୟମ ପ୍ରଭାବରେ ଟିଭି ଚ୍ୟାନେଲଗୁଡିକର ଦାମ ବି ବଢିଯିବା ଆଶଙ୍କା କରାଯାଉଛି । ଫଳରେ ଆଗକୁ ଲୋକେ କେବୁଲ ଓ ଡିଟୁଏଚ ସେବା ପାଇଁ ମାସକୁ ଅତିକମରେ ୪ ଶହରୁ ଅଧିକ ଦାମ ଦେବାକୁ ପଡିପାରେ । ଜାନୁଆରୀରୁ ଏହି ନିୟମ ଲାଗୁ ହୋଇପାରେ । ଏବେ ଲୋକମାନେ କେବୁଲ ଓ ଡିଚିଏସ ସେବା ପାଇଁ ମାସ ଏକ ନିର୍ଦିଷ୍ଟ ପରିମାଣର ବିଲ ଦେଉଛନ୍ତି ।

କିନ୍ତୁ ନୂଆ ନିୟମ ଲାଗୁ ହେଲେ ପ୍ରତି ଚ୍ୟାନେଲ ପାଇଁ ଅଲଗା ଅଲଗା ଦାମ ଗଣିବାକୁ ପଡିବ । ଟିଭି ଉପଭୋକ୍ତା ମାନଙ୍କୁ ପ୍ରଥମେ ଶହେଟି ଚ୍ୟାନେଲ ପାଇଁ ୧୩୦ ଟଙ୍କା ସହିତ ଟିକସ ଦେବାକୁ ପଡିବ । କିନ୍ତୁ ଲୋକପ୍ରିୟ ଚ୍ୟାନେଲଗୁଡିକୁ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଚୟନ କରିବେ । ସେହି ଅନୁସାରେ ଗ୍ରାହକଙ୍କୁ ପେମେଣ୍ଟ କରିବାକୁ ପଡିବ । କେଉଁ ଚ୍ୟାନେଲ ଦର କେତେ ଟଙ୍କା ନିର୍ଦ୍ଦାରଣ କରିଛନ୍ତି ତାହା ଟ୍ରାଇ ନିକଟରେ ଦାଖଲ କରିଛନ୍ତି । ଦେଶର ପ୍ରମୁଖ ପ୍ରସାରଣକାରୀ ସଂସ୍ଥାଗୁଡିକ ନିଜର ସବୁ ଚ୍ୟାନେଲର ଅଲଗା ଅଲଗା ଦର ନିର୍ଦାରଣ କରିଛନ୍ତି । ଏ ସମ୍ପର୍କରେ ଟିଭି ସ୍କ୍ରିନରେ ସୂଚନା ମଧ୍ୟ ଦିଆଯାଉଛି ।

ତେବେ କିଛି ପ୍ରମୁଖ ଚାନେଲର ବର୍ଦ୍ଧିତ ମୂଲ୍ୟ ହେଉଛି – ଷ୍ଟାର ପ୍ଲସ-19/-, ଷ୍ଟାର ୱର୍ଲଡ-8/-, ଷ୍ଟାର ଗୋଲ୍ଡ-8/-, ଷ୍ଟାର ମୁଭି-12/-, ଷ୍ଟାର ସ୍ପୋର୍ଡସ୍-19/-, ଜି ଟିଭି-19/-, ଜି ସିନେମା-19/-

Get real time updates directly on you device, subscribe now.

Comments
Loading...