News World Odisha
Current News Updates

ସଫଳଙ୍କ ସିକ୍ରେଟ୍ ଆନସର…

0 1,086

ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି । ଯଦି ଆପଣ କିମ୍ବା ଆପଣଙ୍କ ପ୍ରିୟଜନ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ପରୀକ୍ଷାରେ ଟପ କରିଥିବା ଟପ୍ପରଙ୍କ ଟିପ୍ସ ପଢ଼ନ୍ତୁ ।  ପ୍ରଲିମିନାରୀ ପରେ ମେନ ଆଉ ଶେଷରେ ଭାଇଭା ଆଉ ଭାଇଭାରେ ସେମାନଙ୍କୁ କଣ ପଚରା ଯାଇଥିଲା  । ୨୦୧୬-୧୭ ଓଡିଶା ପ୍ରବେଶିକା ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ୩ ଜଣ ଟପ୍ପରଙ୍କୁ ଇଣ୍ଟରଭ୍ୟୁ ସମୟରେ ପ୍ରଶ୍ନ କରିଥିଲେ ଆମ ରିପୋର୍ଟର ଅନୁଜ ଦାସ  । ତେବେ ଟପ୍ପରଙ୍କୁ ଇଣ୍ଟରଭ୍ୟୁ ଟେବୁଲରେ କଣ କଣ ପଚରାଯାଇଥିଲା ପଢ଼ନ୍ତୁ  ।

ଆୟୁଷୀ ମହାପାତ୍ର- ପ୍ରଥମ ସ୍ଥାନ

କୌଣସି କୋଚିଂ ନନେଇ ପ୍ରଥମ ଥର ପାଇଁ ଓଏଏସ ପରୀକ୍ଷା ଦେଇଥିଲେ ଆୟୁଷୀ । ଆଉ ପ୍ରଥମ ଥରରେ ହିଁ ବାଜି ମାରି ନେଇଛନ୍ତି ଆୟୁଷୀ ।  ଭାଇଭା ସମୟରେ ଇଣ୍ଟରଭ୍ୟୁ ଟେବୁଲ ପାଖକୁ ଗଲାବେଳେ ଟିକେ ବ୍ୟସ୍ତ ହୋଇପଡିଥିଲେ ଆୟୁଷୀ । କିନ୍ତୁ କିଛି ସମୟ ଭିତରେ ସ୍ୱାଭାବିକ ଭାବେ ଉତ୍ତର ଦେଇ ଚାଲିଥିଲେ ଆୟୁଷୀ  ।

ପ୍ରଶ୍ନ- ଓଡିଶାର ୫ ଜଣ ବିଶିଷ୍ଟ ମହିଳାଙ୍କ ବିଷୟରେ କୁହନ୍ତୁ ?

ଉତ୍ତରରେ ବିଭିନ୍ନ କ୍ଷେତ୍ରରେ ଥିବା ୫ ଜଣ ମହିଳାଙ୍କ ବିଷୟରେ ଉତ୍ତର ଦେଇଥିଲେ ଆୟୁଷୀ ।

ପ୍ରଶ୍ନ- ଓଡିଶାର ମହିଳା ଫିଲ୍ମ ନିର୍ଦ୍ଦେଶିକାଙ୍କ ନାଁ କଣ ?

ଉତ୍ତର- ଏହାର ଉତ୍ତର ଜାଣିଥିଲେ ବି ସେହି ସମୟରେ ଆୟୁଷୀଙ୍କ ମନେ ପଡ଼ୁ ନଥିଲା ଆଉ ଭୟ ନକରି ସ୍ପଷ୍ଟ ଭାବେ କହିଲେ –‘ଆଜ୍ଞା କ୍ଷମା କରିବେ ଏହି ପ୍ରଶ୍ନର ଉତ୍ତର ମୁଁ ଜାଣିନାହିଁ’

ତେବେ ଆୟୁଷୀ ଏହି ଉତ୍ତରରୁ ଆଗାମୀ ପରୀକ୍ଷାର୍ଥୀଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛନ୍ତି କି, କୌଣସି ପ୍ରଶ୍ନର ଉତ୍ତର ଆସୁ ନଥିଲେ ଭୁଲ ଉତ୍ତର ନକହି ସତ କହିଦେବା ଉଚିତ  ।

ପୁନମ ମହାପାତ୍ର- ତୃତୀୟ ଟପ୍ପର

ପୁନମ ମହାପାତ୍ର ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟରତ ।  ୨ୟ ଥର ପାଇଁ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ ପୁନମ ।  ପ୍ରିଲିମିନାରୀ ଆଉ ମେନରେ ଭଲ ମାର୍କ ରଖିଥିଲେ ବି ଭାଇଭା ସମୟରେ ସାମାନ୍ୟ ଭୁଲ ପାଇଁ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । କିନ୍ତୁ ଏଥର ଇଣ୍ଟରଭ୍ୟୁ ଟେବୁଲରେ ପେନାଲିଷ୍ଟଙ୍କ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଥିଲେ ପୁନମ ।

ପ୍ରଶ୍ନ- ଆପଣ ଚାକିରୀ କରୁଥିବା ଜାଗାରେ ଯଦି ହଠାତ ମାଓବାଦୀ ଚାଲିଆସନ୍ତି ତେବେ ଆପଣ କଣ କରିବେ ?

ଏହି ପ୍ରଶ୍ନ ଶୁଣି ଅତି ସ୍ପଷ୍ଟ ଭାବେ ଉତ୍ତର ଦେଇଥିଲେ ପୁନମ । ଜୀବନ ମୁଲ୍ୟବାନ । ସେହି ସମୟରେ ମୋ ପାଖରେ ଯେତିକି ପଇସା ଥିବ ବା ମାଓବାଦୀ ଯାହା ନେବାକୁ ଚାହୁଁଥିବେ ତାହା ଦେଇଦେବି , କିନ୍ତୁ କାହାର ଜୀବନ ଯେପରି ନଯାଉ ସେହି ଚେଷ୍ଟା କରିବି ।

ପୁନମଙ୍କ ଏହି ଉତ୍ତରରେ ଇମ୍ପ୍ରେସ ହୋଇଥିଲେ ପେନେଲିଷ୍ଟ । କିନ୍ତୁ ୨-୩ଟି ପ୍ରଶ୍ନର ଉତ୍ତର ତାଙ୍କୁ ଜଣାନଥିଲା । ବ୍ୟତିବ୍ୟସ୍ତ ନହୋଇ ଅତି ସ୍ପଷ୍ଟ ଭାବେ ନା କହିବାକୁ ପସନ୍ଦ କରିଥିଲେ ପୁନମ ।

ପ୍ରଭାତୀ ଝୋଡ଼ିଆ- ୭୨ ନମ୍ବର ସ୍ଥାନ

ମାଓ ଇଲାକାର ପ୍ରଭାତୀ ଝୋଡ଼ିଆ ଏବେ ସଭିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଝୋଡ଼ିଆ ସଂପ୍ରଦାୟର ସେ ପ୍ରଥମ ମହିଳା ଯିଏ ଓଏଏସ ହେବାର ସୌଭାଗ୍ୟ ପାଇଛନ୍ତି । ଅତି ସାଧାରଣ ପ୍ରଶ୍ନର ସାମ୍ନା କରିଥିଲେ ପ୍ରଭାତୀ । ପ୍ରଭାତୀ ଇଣ୍ଟରଭ୍ୟୁ ସମୟରେ ସମ୍ବଲପୁରୀ ଶାଢୀ ପିନ୍ଧିଥିଲେ । ସେଥିପାଇଁ ପ୍ରଥମେ ଶାଢୀ ସଂପର୍କରେ ଆସିଲା ପ୍ରଶ୍ନ ।

ପ୍ରଶ୍ନ- କୋଟପାଡ ଶାଢୀ ବିଷୟରେ କଣ ଜାଣିଛନ୍ତି । ଏହା କିପରି ପ୍ରସ୍ତୁତ କରାଯାଏ ।

ଉତ୍ତର- ଶାଢୀ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ପ୍ରଭାତୀ , ସେଥିପାଇଁ କୋଟପାଡ ଶାଢୀ ବିଷୟରେ ଅତି ସହଜରେ ଉତ୍ତର ଦେଲେ ପ୍ରଭାତୀ ।

ତେଣୁ ପରୀକ୍ଷାର୍ଥୀଙ୍କୁ ଗୋଟିଏ ବାର୍ତ୍ତା, ଆପଣ ଯେଉଁ ବିଷୟ ରଖି ପରୀକ୍ଷା ଦେଇଛନ୍ତି ସେହି ବିଷୟ ସହିତ ସାଧାରଣ ଜ୍ଞାନ ସଂପର୍କରେ ପ୍ରଶ୍ନ ଆସିଥାଏ । ବିଶେଷ କରି ବର୍ତ୍ତମାନ ସମୟରେ ଘଟୁଥିବା ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଥାଏ ପ୍ରଶ୍ନ ।

Get real time updates directly on you device, subscribe now.

Comments
Loading...