News World Odisha
Current News Updates

ଚାଷୀଙ୍କ ପାଇଁ ବଡ଼ ଘୋଷଣା

0 7,611

ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି  । କ୍ୟାବିନେଟ ପରେ କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ  । କୃଷକଙ୍କ ପାଇଁ ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର ଲାଇଭହୁଡ ଆଣ୍ଡ ଇନକମ ଅଗମେଣ୍ଟେସନ)ର ଶୁଭାରମ୍ଭ କଲେ ରାଜ୍ୟ ସରକାର  । ଚାଷ ଓ ଚାଷୀଙ୍କ ଆର୍ଥିକ ସହାୟତା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର  । ଏହି ଯୋଜନାରେ ରାଜ୍ୟର ପ୍ରାୟ ୩୦ ଲକ୍ଷ ଚାଷୀ ଉପକୃତ ହେବେ  । କାଳିଆ ଯୋଜନାରେ ଭାଗ ଚାଷୀମାନେ ବି ସହାୟତା ପାଇ ପାରିବେ  । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷ କାମ ପାଇଁ ବି ମିଳିବ ସହାୟତା  । ପ୍ରତିବର୍ଷ ଏହି ଚାଷୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିବ  । ଖରିଫ ଫସଲ ପାଇଁ ୫ ହଜାର ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ  । ବିହନ, ସାର ଓ ବିଷ ପାଇଁ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ  । ତେବେ ଏହି ଯୋଜନାରେ ୯୨ ପ୍ରତିଶତ ଚାଷୀ ସୁବିଧା ପାଇ ପାରିବେ  ।

କାଳିଆ ଯୋଜନାରେ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ସାମିଲ କରାଯିବ  । ଏହି ଯୋଜନାରେ ୧୦ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସାମିଲ କରି ଛେଳି ପାଳନ, ଅଣ୍ଡା ଉତ୍ପାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ ଓ ମହୁ ଚାଷ ଆଦି କରିବା ପାଇଁ ପ୍ରତି ପରିବାରକୁ ୧୨,୫୦୦ ଟଙ୍କା ପ୍ରଦାନ କରାଯିବ  । ବୃଦ୍ଧାବସ୍ଥା, ଅକ୍ଷମତା ଯୋଗୁଁ ଚାଷ କରିପାରୁନଥିବା ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର  । ଏଥିପାଇଁ ରାଜ୍ୟର ୧୦ ଲକ୍ଷ ପରିବାରକୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି  ।

Get real time updates directly on you device, subscribe now.

Comments
Loading...