News World Odisha
Current News Updates

ଉଦ୍ଧାର ହେଲେ ୫ ଜଣ ଦାଦନ ଶ୍ରମିକ

0 76

Get real time updates directly on you device, subscribe now.

ଉଦ୍ଧାର ହେଲେ ଆନ୍ଧ୍ରରେ ଫସିରହିଥିବା ୫ ଜଣ ଦାଦନ ଶ୍ରମିକ । ଶ୍ରମ ବିଭାଗ ଓ ପୁଲିସର ସ୍ୱତନ୍ତ୍ର ଦଳ ବିଜୟନଗରମ୍‌ରୁ ସେମାନଙ୍କୁ ଉଦ୍ଧାର କରିଛି । ଶ୍ରମିକ ଉଦ୍ଧାର ହୋଇଥିବା ନେଇ ଡେପୁଟି ଶ୍ରମ ଅଧିକାରୀ ପ୍ରଶାନ୍ତ କୁମାର ବଳିଆରସିଂ ସୂଚନା ଦେଇଛନ୍ତି । ତେବେ ଏହି ଟିମ୍‌ରେ ସୁନ୍ଦରଗଡ଼ ପୋଲିସ୍‌ ଡିଏସ୍‌ପି, ହେମଗିରି ଥାନା ଆଇଆଇସି, ସୁନ୍ଦରଗଡ଼ ସହକାରୀ ଶ୍ରମ ଅଧିକାରୀ ଓ ଶ୍ରମ ନିରୀକ୍ଷକ ପ୍ରମୁଖ ଥିଲେ ।

ସୁନ୍ଦରଗଡ଼ ହେମଗିରି ଅଞ୍ଚଳର ୧୦ଜଣ ଶ୍ରମିକ ଆନ୍ଧ୍ର ପ୍ରଦେଶର ବିଜୟ ନଗରମ୍‌ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । ମାଲିକ ଦରମା ନଦେଇ ଜଣଙ୍କ ଉପରେ ଏସିଡ ଢାଳି ଦେଇଥିବାବେଳେ ଅନ୍ୟ ଜଣଙ୍କ ଆଙ୍ଗୁଠି କାଟି ଦେଇଥିବା ସହ ନିଆଁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ  ଜିଲ୍ଲା ପ୍ରଶାସନ ଓ ଶ୍ରମବିଭାଗ ତତ୍ପରତା ଦେଖାଇଥିଲା । ପୂର୍ବରୁ ଏସିଡ ମାଡ଼ ହୋଇଥିବା ଶ୍ରମିକଙ୍କ ସହ ୫ଜଣ ଫେରି ଆସିଥିଲେ । ଶ୍ରମିକଙ୍କୁ ଇଣ୍ଟର ଷ୍ଟେଟ ମାଇଗ୍ରେଣ୍ଟ ଓ୍ଵାର୍କ ମ୍ୟାନ ସେଲ ଦ୍ୱାରା ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଶ୍ରମ କାର୍ଯ୍ୟାଳୟକୁ  ଆଣି  ପଚରା ଉଚରା  କରାଯାଉଛି । ସେପଟେ ଶ୍ରମିକଙ୍କୁ ବିନା ଲାଇସେନ୍ସରେ ରାଜ୍ୟ ବାହାରକୁ କାମ କରିବାକୁ ନେଇଥିବା ଠିକାଦାରଙ୍କୁ ନୋଟିସ୍‌ ଜାରି କରିଛି ଶ୍ରମ ବିଭାଗ।

Get real time updates directly on you device, subscribe now.

Comments
Loading...