News World Odisha
Current News Updates

ଆହାର କେନ୍ଦ୍ରରେ ଝୁଲୁଛି ତାଲା

0 46

ଭୋକରେ  ରହିବେନି କେହି  । ସମସ୍ତଙ୍କୁ ଯୋଗାଇ ଦିଆଯିବ ଆହାର । ଗରିବଙ୍କ ପାଇଁ କରାଯାଇଛି ଆହାର ଯୋଜନା । ଏହି ଆହାର କେନ୍ଦ୍ର ପାଇଁ ୨୧ଲକ୍ଷ ଟଙ୍କା ବ୍ୟୟବରାଦ ମଧ୍ୟ ହୋଇଛି । ହେଲେ କିଛିସମସ୍ୟା ପାଇଁ ଏହି ଆହାର କେନ୍ଦ୍ର ଖୋଲି ପାରିନିାହିଁ । ତେବେ କେତେକ ସ୍ଥାନରେ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଥିବା ବେଳେ କେତେକ ସ୍ଥାନରେ ଫେଲ୍‌ ମାରିଛି ଏହି ଯୋଜନା । ତେବେ ଏଭଳି ଏକ ଉଦାହରଣ ବାସୁଦେବପୁରରେ ଦେଖିବାକୁ ମିଳିଛି । ପୌରପାଳିକାର ନୂଆ ତିଆରି ହୋଇଛି ଆହାର କେନ୍ଦ୍ର । ହେଲେ ସେଠାରେ ଝୁଲୁଛି ତାଲା ଘର ତିଆରି ହୋଇଛି ରଙ୍ଗ ବି ଦିଆଯାଇଛି । ମାତ୍ର ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଆଉ ପଶୁଜନ୍ତୁ ଏଠାରେ ଯେମିତି ଘର ତିଆରି କରିସାରିଲେଣି । ଏନେଇ ସ୍ଥାନୀୟ ଲୋକେ ବହୁବାର ଜଣାଇଛନ୍ତି । ହେଲେ ସମସ୍ୟା ପ୍ରତି ଯେମିତି କାହାର ଗୁରୁତ୍ୱ ନାହିଁ ।

Get real time updates directly on you device, subscribe now.

Comments
Loading...