News World Odisha
Current News Updates

ଅଗ୍ନି-୪ କ୍ଷେପଣାସ୍ତ୍ର ପରୀକ୍ଷଣ

0 62

କ୍ଷେପଣାସ୍ତ୍ର ଅଗ୍ନି-୪ର ବ୍ୟାବହାରିକ ପରୀକ୍ଷଣ ହୋଇଛି । ଆଜି ସକାଳ ୮ଟା ୩୫ ମିନିଟ୍‌ରେ ଅବଦୁଲ କଲାମ ଦ୍ୱୀପର ୪ ନଂ ଲଞ୍ଚପ୍ୟାଡ୍‌ରୁ ଉତକ୍ଷେପଣ କରାଯାଇଛି  । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୪ ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର । ଏହାର ଯୁଦ୍ଧାସ୍ତ୍ର ବ୍ୟବହାର କ୍ଷମତା ରହିଛି ୨୫ରୁ ୨୫୦ କିଲୋଟନ୍‌ ।  ଆଜି ସପ୍ତମ ଥର ପାଇଁ ଏହାର ପରୀକ୍ଷଣ କରାଯାଇଥିବାବେଳେ ଗତ ୨୦୧୧ ମସିହା ନଭେମ୍ବର ୧ ତାରିଖରେ ସଫଳତାର ସହ ଅଗ୍ନି-୪ର ପରୀକ୍ଷା କରାଯାଇଥିଲା । ଡିଆରଡିଓ ଓ ଭାରତ ଡାୟନାମିକ ଲିମିଟେଡର ମିଲିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଅଗ୍ନୀ-୪ କ୍ଷେପଣାସ୍ତ୍ର । କ୍ଷେପଣାସ୍ତ୍ରର ଓଜନ ୧୭ ହଜାର କିଲୋଗ୍ରାମ ହୋଇଥିବାବେଳେ ଲମ୍ବ ୨୦ ମିଟର ରହିଛି ।

Get real time updates directly on you device, subscribe now.

Comments
Loading...