News World Odisha
Current News Updates

ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ୭ ବର୍ଷର ବାଳକ  

0 997

Get real time updates directly on you device, subscribe now.

କ୍ରିକେଟ ଇତିହାସର ନୂଆ ଏକ ଫର୍ଦ୍ଦ, ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ସାମିଲ ହେଲେ ୭ ବର୍ଷର ବାଳକ । ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଦଳ ୭ ବର୍ଷୀୟ ଲେଗ୍ ସ୍ପିନର ଅର୍ଚ୍ଚି ସିଲରଙ୍କୁ ସାମିଲ କରିଛି । ୧୫ ନମ୍ବର ଖେଳାଳୀ ଭାବେ ସେ ଦଳରେ ସାମିଲ ହେବା ସହ ତୃତୀୟ ଟେଷ୍ଟ ପାଇଁ ଉପ ଅଧିନାୟକର ଦାୟିତ୍ୱରେ ରହିବେ । ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅର୍ଚ୍ଚିଙ୍କୁ ଟିମରେ ସାମଲ କରିବା ‘ମେକ ଏ ୱିସ୍ ଅଷ୍ଟ୍ରେଲିଆ’ ଅଭିଯାନ ଯୋଗୁଁ ସମ୍ଭବ ହୋଇପାରିଛି । ଏହି ଅଭିଯାନରେ ଜୀବନ ସହ ସଂଗ୍ରାମ କରୁଥିବା ଅଥବା କଠିନ ପରିସ୍ଥିତି ମଧ୍ୟରେ ଗତି କରୁଥିବା ଶିଶୁଙ୍କ ଆଶାକୁ ପୂରଣ କରାଯାଇଥାଏ । ତେବେ ଅର୍ଚ୍ଚିଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷମୟ ହୋଇଥିବାରୁ ତାଙ୍କର ଇଚ୍ଛାକୁ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପୂରଣ କରିଛନ୍ତି । ଅର୍ଚ୍ଚିଙ୍କର ଇଛା ଥିଲା ସେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ହେବେ । ମିଳିଥିବା ଖବର ଅନୁସାରେ, ଅର୍ଚ୍ଚି ଜଣେ ହୃଦରୋଗୀ । ସେ ଜନ୍ମ ହେବାର ୩ ମାସ ପରେ ତାଙ୍କର ହୃଦରୋଗ ଅଛି ବୋଲି ଜଣାପଡ଼ିଥିଲା । ତାଙ୍କୁ ଦକ୍ଷିଣ ଅଷ୍ଟ୍ରେଲିଆର ନ୍ୟୁରିଉଟପାରୁ ମେଲବର୍ଣ୍ଣକୁ ଅଣାଯାଇ ସେଠାରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା । ୭ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିବା ଏହି ହାର୍ଟ ସର୍ଜରୀର ୬ ମାସ ପରେ ଅର୍ଚ୍ଚିଙ୍କର ପୁଣି ହାର୍ଟରେ ସମସ୍ୟା ଦେଖାଦେଇଥିଲା । ଡିସେମ୍ବରରେ ତୃତୀୟ ଥର ପାଇଁ ତାଙ୍କର ଓପନ ହାର୍ଟ ସର୍ଜରୀ କରାଯାଇଛି ।

Get real time updates directly on you device, subscribe now.

Comments
Loading...