News World Odisha
Current News Updates

ଅଠର ଅଠାକାଠିରେ ‘ଅପରାଜିତା’

୧୯ରେ ମୋଦିଙ୍କ ମଞ୍ଚକୁ ମିଳିବ କି ପାସ୍...?

0 15,209

Get real time updates directly on you device, subscribe now.

କୁଆଡ଼େ ଗଲେ ଅପରାଜିତା ? କେଉଁଠି ବସିଲେ ଅପରାଜିତା ? ମୋଦିଙ୍କ ମଞ୍ଚରେ ସମସ୍ତେ ଥିଲେ ହେଲେ ଅପରାଜିତା କେଉଁଠି ଥିଲେ ? ମୋଦିଙ୍କ ମହାସମାବେଶ ସରିବା ପରେ ଏ ସମସ୍ତ ପ୍ରଶ୍ନ ଏବେ ମୁଣ୍ଡ ଟେକିଛି । ମୋଦି ଆସିବା ଆଗରୁ ଅପରାଜିତାଙ୍କୁ ନେଇ ଚର୍ଚ୍ଚା ହେଉଥିଲା ମୋଦି ଗଲା ପରେ ସେ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ଶୁଣାଯାଉଥିଲା ଅପରାଜିତାଙ୍କୁ ମୋଦି ଖୋର୍ଦ୍ଧା ସମାବେଶରେ ରାଜ୍ୟ ରାଜନୀତିରେ ବିଧିବଦ୍ଧ ଭାବେ ପରିଚିତ କରାଇଥାନ୍ତେ ହେଲେ ପରିଚୟ ତ ଦୂରର କଥା ପ୍ରଶାସିକାରୁ ପଲିଟିସିଆନ ସାଜିଥିବା ଅପରାଜିତାଙ୍କୁ ମଞ୍ଚରେ ସିଟଟିଏ ବି ମିଳିଲାନି । ସେପଟେ ମୋଦିଙ୍କ ମୁହଁରେ ବି ଅପରାଜିତାଙ୍କ ସମ୍ପର୍କରେ ପଦୁଟିଏ ବି ବାହାରିଲାନି  । ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ିବାକୁ ମୋଦି ଅପରାଜିତାଙ୍କ ନାଁ ନେଇଥାନ୍ତେ ଆଉ ଆଗାମୀ ନିର୍ବାଚନ ଲଢ଼ିବାକୁ ଅପରାଜିତାଙ୍କ କାନ୍ଧରେ ଭରସାର ଭାର ଦେବାର ଯେଉଁ ଚର୍ଚ୍ଚା ହେଉଥିଲା ତାହା ଛୁ ମାରିଛି  । ସମାବେଶରେ ଅପରାଜିତାଙ୍କୁ ମଞ୍ଚ ତଳେ ଦେଖିବାକୁ ମିଳିଥିଲା  ।  ସ୍ଥାନୀୟ ନେତା ହିସାବରେ ମୋଦିଙ୍କୁ ଫୁଲମାଳ ଦେବାକୁ ଯିବା ସମୟରେ ଅପରାଜିତା ମଞ୍ଚ ଉପରକୁ ଉଠିଥିଲେ  । ପ୍ରଶାସନ ଛାଡ଼ି ପଲିଟିକ୍ସିରେ ପାଦ ଦେଇଥିବା ଅପରାଜିତା ଖୋର୍ଦ୍ଧା ମିଟିଂରେ ପରିଚିତ ନହେବା ପରେ ଅଠରର ଅଠାକାଠିରେ ଫସିଯାଇଛନ୍ତି  । ଏବେ ପୁଣି ଥରେ ରାଜ୍ୟର କର୍ମୀଙ୍କ ଗହଣରେ ପରିଚିତ ହେବାକୁ ତାଙ୍କୁ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ କାରଣ ଆସନ୍ତା ଜାନୁୟାରୀରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି  । ସେହି ଗସ୍ତ ସମୟରେ ଅପରାଜିତା ରାଜ୍ୟ ବିଜେପିରେ ପରିଚିତ ଚେହେରା ହୋଇପାରନ୍ତି ବୋଲି ଆଶା ବାନ୍ଧିଛନ୍ତି  ।

ତେବେ ଏଠି ପ୍ରଶ୍ନ ଉଠୁଛି କଣ ପାଇଁ ଅପରାଜିତାଙ୍କୁ ମଞ୍ଚରେ ସ୍ଥାନ ମିଳିଲାନି  । ରାଜନୈତିକ ସମୀକ୍ଷକଙ୍କ ମତରେ ଅପରାଜିତାଙ୍କ ପୂର୍ବରୁ ଅନେକ ମହିଳା ନେତ୍ରୀ ଦଳ ପାଇଁ କାମ କରୁଛନ୍ତି ଯଦି ଆସୁଆସୁ ଅପରାଜିତାଙ୍କୁ ଏଭଳି କରାଯିବ ତାହାଲେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇପାରେ । ଅନ୍ୟପଟେ ରାଜ୍ୟ ବିଜେପିର ସଭାପତି ବସନ୍ତ ପଣ୍ଡା ଥାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ଦଳରେ ଅନେକ ରହିଛି  । କର୍ମୀମାନେ ବି ଧର୍ମେନ୍ଦ୍ରଙ୍କ କୋଟେରୀରେ ରହି କାମ କରୁଛନ୍ତି ଯଦି ଅପରାଜିତାଙ୍କ ମୁଣ୍ଡରେ ମୋଦି ହାତ ରଖିଥାନ୍ତେ ତାହାଲେ କର୍ମୀଙ୍କ ଆଗରେ ହେଭିୱେଟ ଧର୍ମେନ୍ଦ୍ରଙ୍କ ଇମେଜ ଫିକା ପଡ଼଼ିଯାଇଥାନ୍ତା  । ସେମିତି ବି ଆସୁଆସୁ ଅପରାଜିତାଙ୍କୁ ତୃଣମୂଳସ୍ତରର କର୍ମୀମାନେ ନିଜ ନେତା ମାନିବା ଆରମ୍ଭ କରିଦେଲେଣି  । ଆଉ ଯଦି ମୋଦି ଅପରାଜିତାଙ୍କ ନାଁ ନେଇଥାନ୍ତେ ତାହାଲେ ରାଜ୍ୟ ବିଜେପିରେ କଣ ବିତୁଥାନ୍ତା ସ୍ପଷ୍ଟ ବାରିହୋଇ ପଡ଼ୁଛି  । ତେଣୁ ଅପରାଜିତା ଓ ଧର୍ମେନ୍ଦ୍ରଙ୍କୁ ନେଇ ଦ୍ବନ୍ଦ୍ୱରେ ଥିବା ମୋଦି କିଛି ନ କହି ଚୁପ ରହିଥିଲେ  ।

Get real time updates directly on you device, subscribe now.

Comments
Loading...