News World Odisha
Current News Updates

୨୪ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ମୋଦି, ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍

0 9,714

କାଲିଯାଏଁ ଠିକଠାକ ଥିଲା । ମୋଦିଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ, ତାଙ୍କ ଯୋଜନାକୁ ବୁଲି ବୁଲି ଲୋକଙ୍କୁ ଜଣାଉଥିଲେ ବୈଜୟନ୍ତ । ହେଲେ ୨୪ ଚର୍ଚ୍ଚା ଥମି ଯିବା ପରେ ହଠାତ ରିଆକ୍ଟିଭ ହୋଇଛନ୍ତି ଟ୍ବିଟର ଟାଇଗର । ଗୋଶାଳା ସଭାରେ ମୋଦିଙ୍କ ନୂଆ ଓଡ଼ିଶା ଗର୍ଜନକୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ। ଖାଲି ମୋଦିଙ୍କୁ ଚ୍ୟାଲେଞ୍ଜ ନୁହେଁ, ରାଜ୍ୟ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ଏବିପି ନ୍ୟୁଜ୍‌, ବିଜେପି ସପକ୍ଷରେ ଟ୍ଵିଟ୍‌ କରିଥିବା ବେଳେ ତାହା ଉପରେ ମନ୍ତବ୍ୟ ଦେବାକୁ ଯାଇ ଏଭଳି ଚ୍ୟାଲେଞ୍ଜ ଓ ସମାଲୋଚନା କରିଛନ୍ତି ବୈଜୟନ୍ତ । ମୋଦି ମ୍ୟାଜିକ୍‌ ଓଡ଼ିଶାରେ କାମ ଦେଇଛି ଏବଂ ବିଜେପି ଭଲ ଫାଇଦା ବୋଲି ଟ୍ଵିଟ୍‌ କରିଥିଲା ଏବିପି ନ୍ୟୁଜ୍‌ । ଏବିପି ନ୍ୟୁଜର ସର୍ଭେକୁ ବୈଜୟନ୍ତ ତାଚ୍ଛଲ୍ୟ କରିଥିବା ବେଳେ ସ୍ୱୟଂଚାଳିତ ଭାବେ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କହିଛନ୍ତି  । ‘କେବଳ ଭାଷଣରେ ସରକାର ବଦଳେନି, ଲଢେଇ ପାଇଁ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକ ଅଛି’ ବୋଲି ବୈଜୟନ୍ତ ଟ୍ଵିଟ କରିଛନ୍ତି । ମୋଦିଙ୍କ ଭାଷଣ ଓ ବାସ୍ତବତା ନେଇ ପ୍ରଶ୍ନ ଉଠାଇଛନ୍ତି ବୈଜୟନ୍ତ । ବିଜେପି, ତାର ରାଜ୍ୟ ୟୁନିଟକୁ ଅଟୋ ପାଇଲଟ୍‌ ମୋଡ୍‌ରେ ରଖିଦେଲେ ସଫଳତା ହାସଲ କରିହେବନି । କେବଳ ରାଜ୍ୟର ଅପରାଧ ଓ ଦୁର୍ନୀତି ଉପରେ ଭାଷଣ ଦେଲେ ହେବନି ବରଂ ରାଜ୍ୟ ସରକାରଙ୍କୁ ସାମ୍ନା କରିବାକୁ ଦମ୍‌ ଥିବା ଦରକାର ବୋଲି ବୈଜୟନ୍ତ କହିଛନ୍ତି  ।

ବିଜେଡିରେ ଥିଲା ବେଳେ ଯାହାଙ୍କୁ ପ୍ରଶଂସା କରି ବୈଜୟନ୍ତ ବିବାଦକୁ ଆସିଥିଲେ । ଦଳରୁ ବିରୋଧୀ ମନ୍ତବ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ ଆଜି ହଠାତ ତାଙ୍କ ପ୍ରତି ଆକ୍ରମଣାତ୍ମକ ହୋଇ ଉଠିବା ପରେ ଅନେକ ପ୍ରଶ୍ନକୁ ଜୀବନଦାନ ଦେଇଛି । ୨୪ ପଦ୍ମ ପୋଖରୀରେ ଗାଧୋଇବାକୁ ଗୋଡ ଟେକି ବସିଥିବା ବୈଜୟନ୍ତଙ୍କୁ ତୁଠ ନମିଳିବାରୁ ଏଭଳି ହେଲେ କି ? ନା ନିଜ ସ୍ବାର୍ଥରେ ବାଧା ଆସିବାରୁ ଏମିତି ଟ୍ବିଟ କଲେ ? ରାଜ୍ୟ ସରକାରଙ୍କୁ ନେଇ ବୈଜୟନ୍ତଙ୍କ ଟ୍ବିଟର ଧାଡ଼ିଟିଏ ବୟାନ କରୁଛି ଯେ ବୈଜୟନ୍ତ ଏବେବି ବିଜେଡିକୁ ଫେରିବାକୁ ଇଚ୍ଛା  କରୁଛନ୍ତି । ବହିଷ୍କାର ପରେ କୌଣସି ବିକଳ୍ପ ନମିଳୁଥିବାରୁ ଆଗକୁ ବୈଜୟନ୍ତଙ୍କ ଆଭିମୁଖ୍ୟ କଣ ହେବ ତାରି ଉପରେ ନଜର  ।

Get real time updates directly on you device, subscribe now.

Comments
Loading...