News World Odisha
Current News Updates

ପିକନିକ୍ ହୋଇଥାନ୍ତା କାଳ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

0 206

Get real time updates directly on you device, subscribe now.

ପୁଣିଥରେ ପିକନିକ୍ ବସ୍ ଓଲଟି ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କଲିକତା ମାଡ୍ରାସ ୧୬ନଂ ଜାତୀୟରାଜପଥର ଗଙ୍ଗପଡାସ୍ଥିତ ପୁରୁଣା ଟୋଲଗେଟ ପିଣ୍ଡିରେ ସୋମବାର ବିଳମ୍ବିତ ରାତିରେ ଏକ ପିକନିକ୍ ବସ ଦୁର୍ଘଟଣା ହୋଇ ୫୫ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆହତମାନେ ଏମସ୍‌ ଓ ଭୁବନେଶ୍ୱରର ଅନ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟରତ ଡାଟା ପ୍ରୋ ଅନୁଷ୍ଠାନର ପ୍ରଧାନମନ୍ତ୍ରୀ କୌଶଲ୍ୟା କେନ୍ଦ୍ର ଓଡଗୀଅ ଶାଖାର କମ୍ପ୍ୟୁଟର ପ୍ରଶିକ୍ଷାର୍ଥୀ ଓ ସେମାନଙ୍କର ପରିବାର ମିଶି ୫୫ଜଣ ଓଡଗାଁରୁ ପିକନିକ୍‌ ବାହାରିଥିଲେ। ତେବେ ସୋମବାର ରାତିରେ ନାରାୟଣୀ ନାମକ ଘରୋଇ ଯାତ୍ରୀବାହୀ ବସ  ଗଙ୍ଗପଡାସ୍ଥିତ ପୁରୁଣା ଟୋଲଗେଟ ପିଣ୍ଡିରେ ଧକ୍କା ହୋଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଥିଲେ।

Get real time updates directly on you device, subscribe now.

Comments
Loading...