News World Odisha
Current News Updates

ଆଜି ପୁଣି ବ୍ୟାଙ୍କ ଧର୍ମଘଟ

ଆନ୍ଦୋଳନରେ ୨୧ଟି ସରକାରୀ ବ୍ୟାଙ୍କ,୧୨ ଟି ଘରୋଇ ବ୍ୟାଙ୍କ୍ ସାମିଲ

0 744

ଆଜି ପୁଣି ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀ ସଂଘର ମିଳିତ ପକ୍ଷରୁ ଦିନିକିଆ ଦେଶବ୍ୟାପି ବ୍ୟାଙ୍କ ବନ୍ଦ୍ ଡାକରା ଦିଆଯାଇଛି । ଏହି ଧର୍ମଘଟରେ ୨୧ଟି ସରକାରୀ ବ୍ୟାଙ୍କ ସମେତ ୧୨ଟି ଘରୋଇ ବ୍ୟାଙ୍କ ମଧ୍ୟ ସାମିଲ ହେବେ । ଏଚଡିଏଫସି, ଆଇସିଆଇସିଆଇ, ଆକ୍ସିସ ଭଳି କେତୋଟି ଘରୋଇ ବ୍ୟାଙ୍କ ଆଜିର ଧର୍ମଘଟରେ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି ।

ଗତ ୨୧ ତାରିଖରେ ଏଆଇବିଓସି ଆହ୍ୱାନରେ ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ ହୋଇଥିଲା । ଏହାପରେ ୨୨ ଓ ୨୩ ତାରିଖରେ ବ୍ୟାଙ୍କ ଛୁଟି ରହିଥିବାବେଳେ ୨୪ତାରିଖରେ ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲିଥିଲା । କିନ୍ତୁ ୨୫ତାରିଖରେ ବଡ ଦିନ ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ୨୬ତାରିଖରେ ଆଜି ବ୍ୟାଙ୍କ ଧର୍ମଘଟ ବ୍ୟାଙ୍କ ସେବାକୁ ପ୍ରଭାବିତ କରିବ ।

Get real time updates directly on you device, subscribe now.

Comments
Loading...