News World Odisha
Current News Updates

ମେଲବର୍ଣ୍ଣ ଟେଷ୍ଟ: ଅର୍ଦ୍ଧ ଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ

0 49

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ବକ୍ସିଂ ଡେ’ରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଛି । ଖବର ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୧୦୮ ରନ ସଂଗ୍ରହ କରିଛି । ଓପନର ମୟଙ୍କ ଅଗ୍ରୱାଲ ନିଜର ଅର୍ଦ୍ଧ ଶତକ ହାସଲ କରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିଜର ପ୍ରଥମ ୱିକେଟ ୪୦ ରନରେ ହରାଇଛି । ଓପନର ହନୁମା ବିହାରୀ ବ୍ୟକ୍ତିଗତ ୮ ରନ କରି ପ୍ରଥମ ୱିକେଟ ଭାବେ ପାଭିଲିୟନ ଫେରିଛନ୍ତି । ପ୍ରଥମ ୱିକେଟର ପତନ ପରେ ଚେତେଶ୍ୱର ପୂଜାରାଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇବା ସହ ମୟଙ୍କ ନିଜର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଭାରତ ଏହି ଟେଷ୍ଟ ପୂର୍ବରୁ ନିଜ ଦଳରେ ପରିବର୍ତ୍ତନ ଆଣିଥିଲା । ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ-ଲୋକେଶ ରାହୁଲଙ୍କୁ ବାଦଦେଇ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲ ଓ ହନୁମା ବିହାରୀଙ୍କୁ ପାଳି ଆରମ୍ଭର ଦାୟିତ୍ୱ ଦେଇଥିଲା । ତେବେ ୪ଟି ଟେଷ୍ଟ ବିଶିଷ୍ଟ ଏହି ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ଉଭୟ ଗୋଟିଏ ଲେଖାଏଁ ଟେଷ୍ଟ ମ୍ୟାଚ୍ ଜିତି ସ୍ଥିତି ବରାବରରେ ରହିଛନ୍ତି ।

Get real time updates directly on you device, subscribe now.

Comments
Loading...