News World Odisha
Current News Updates

ରାଜନୀତିକୁ ରାମଦେବଙ୍କ ‘ନା’…

0 166

Get real time updates directly on you device, subscribe now.

 

ଦେଶରେ ହେବାକୁ ଥିବା ଆଗାମୀ ନିର୍ବାଚନ ଏବଂ ଆଗାମୀ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କୌଣସି ମତ ଦେବା ପାଇଁ ମନା କରିଦେଲେ ଯୋଗ ଗୁରୁ ରାମଦେବ ବାବା । ସେ କହିଛନ୍ତି ଯେ, ‘ବର୍ତ୍ତମାନ ଦେଶର ରାଜନୈତିକ ସ୍ଥିତି ଠିକ୍ ନାହିଁ , ଆଗାମୀ ଦିନରେ କିଏ ଭାରତର ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ସୁଶାସନ କରିବ ଏହା କହିବା ଖୁବ୍ କଷ୍ଟକର ।

ସେ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଁ କୌଣସି ରାଜନେତା ତଥା କୌଣସି ଦଳକୁ ସମର୍ଥନ କରିବାକୁ ଚାହୁଁନି  ।

ମଙ୍ଗଳବାର ମଦୁରାଇରେ ଏକ ଉଚ୍ଚ ସ୍ତରୀୟ ସଭାରେ ଚାଲିଥିବା ଏକ ସାମ୍ବାଦିକ ସମ୍ମୀଳନରେ ସେ ଏହା କହିଛନ୍ତି । ଆମ ଲକ୍ଷ ଏକ ହିନ୍ଦୁ ରାଷ୍ଟ୍ର ଗଠନ କରିବା ନୁହେଁ ବରଂ ଯୋଗ ଏବଂ ବୈଦିକ ସ୍ଥରରେ ଆଗକୁ ଯାଇ ଏକ ଅଧ୍ୟାତ୍ମିକ ଭାରତ ଗଠନ କରିବା ହିଁ ଆମ ସମସ୍ତଙ୍କର ଲକ୍ଷ ହେବା ଉଚିତ୍ ।

Get real time updates directly on you device, subscribe now.

Comments
Loading...