News World Odisha
Current News Updates

ପୂଜାରାଙ୍କ ଶତକ ପରେ ଭାରତକୁ ଝଟକା

0 586

Get real time updates directly on you device, subscribe now.

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଶତକ ହାସଲ କଲେ ଚେତେଶ୍ୱର ପୂଜାରା । ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ସେ ନିଜର ୧୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ସେପଟେ ଅର୍ଦ୍ଧ ଶତକ ହାସଲ କରିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ଭାରତର ଏହି ଖୁସି ଅଧିକ ସମୟ ତିଷ୍ଠି ନାହିଁ । ତୃତୀୟ ୱିକେଟ ଭାବେ ବିରାଟ ଓ ଚତୁର୍ଥ ୱିକେଟରେ ପୂଜାରାଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ପାଭିଲିୟନ ଫେରାଇବା ପରେ ଭାରତକୁ ଝଟକା ଲାଗିଛି । 

ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ ୮୨ ରନ କରିଥିବା ବେଳେ ତାଙ୍କୁ ମିଚେଲ ଷ୍ଟାର୍କ ଆଉଟ କରି ପୂଜାରା-ବିରାଟ ଯୋଡ଼ି ଭାଙ୍ଗିଥିଲେ । ତେବେ ବିରାଟ ଆଉଟ ହେବାର କିଛି ସମୟ ପରେ ପୂଜାରା (୧୦୬)ଙ୍କୁ ପାଟ୍ କମିଂସ୍ ପାଭିଲିୟନର ରାସ୍ତା ଦେଖାଇଥିଲେ । ପ୍ରଥମ ଦିନରେ ୨ ୱିକେଟ ହରାଇ ଭଲ ସ୍ଥିତିରେ ଥିବା ଭାରତ, ଦ୍ୱିତୀୟ ଦିନରେ ଲଗାତାର ଦୁଇଟି ମୂଲ୍ୟବାନ ୱିକେଟ ହରାଇ ସଙ୍କଟରେ ପଡ଼ିଛି । ଖବର ଶେଷ ସୁଦ୍ଧା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ୪ ୱିକେଟ ହରାଇ ୩୧୩ ରନ କରିଛି ।

Get real time updates directly on you device, subscribe now.

Comments
Loading...