News World Odisha
Current News Updates

ସାବଧାନ ! ଜିରୋ ନାଇଟ ଜଗିବ ପୋଲିସ

ଭୁଲ କରିବ, ଦଣ୍ଡ ଭୋଗିବ

0 159

Get real time updates directly on you device, subscribe now.

ଜିରୋ ନାଇଟର ମଜା ନିଅ ହେଲେ କାହାରି କ୍ଷତି କରନ୍ତି, କାହାରି କ୍ଷତି କଲେ ସଜା ଭୋଗିବ। ନାଚ, ଝୁମ, ମସ୍ତି କର ହେଲେ ପବ୍ଲିକରେ ହଙ୍ଗାମା କରନି । ସାଧରଣ ଲୋକେ ଅସୁବିଧାରେ ପଡିଲେ ବନ୍ଧା ହେବେ ଉଲ୍ଲଂଘନକାରୀ । ଜିରୋ ଆୱାର ପରେ ମଦ୍ୟ ପାନ କରି ଆତଙ୍କ ସୃଷ୍ଟି କଲେ ବାଟରୁ ବାନ୍ଧିବ ନେବ କମିଶନରେଟ ପୋଲିସ। ଦିନ କେଇଟା ପରେ ସରିଯିବ ବର୍ଷ ୨୦୧୮। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବେ ସମସ୍ତେ ଆଉ ଏଥିପାଇଁ ଚାରିଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି । ଜିରୋ ନାଇଟ ସେଲିବ୍ରେସନ କରି ମସଗୁଲ ହେବେ ରାଜଧାନୀବାସୀ । ରାଜଧାନୀର ବିଭିନ୍ନ ବାର ଓ ହୋଟେଲରେ ହେବ ମଜାମସ୍ତି । ହେଲେ ମଜାମସ୍ତି ବେଳେ ଯେମିତି ସାଧାରଣ ଲୋକଙ୍କର କିଛି ବି ଅସୁବିଧା ନହୁଏ ସେଥିପାଇଁ ପୂରା ସଜାଗ ଅଛି କମିଶନରେଟ ପୋଲିସ । ଅନ୍ୟପଟେ ବେଆଇନ ଡ୍ୟାନ୍ସ ବାର୍‌ ଉପରେ ନଜର ରଖିବା ସହ ସ୍ପେଶାଲ ଡ୍ରାଇଭ କରିବ ଅବକାରୀ ବିଭାଗ । ରାତିରେ ସହରରେ ବ୍ଳକିଂଚେକିଂ କରିବା ସହ ପାଟ୍ରୋଲିଂ ଗାଡି ସାରା ରାତି ରାଉଣ୍ଡ ଅପ କରିବ । ଗତ ଦୁଇ ମାସରେ ସ୍ପେଶାଲ ଡ୍ରାଇଭରେ ୨୬୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ସେପଟେ ଜିରୋ ନାଇଟକୁ ରଙ୍ଗିନ କରିବା ପାଇଁ ହୋଟେଲ, ରେସ୍ତୋରାଁ ଓ ବାର ଭିତରେ ଚିକମିକ ଆଲୁଅ, ଡିଜେ ସାଉଣ୍ଡ ଓ ନିଶାର ନାଗିନ ଡ୍ୟାନ୍ସରେ ଝୁମିବେ ସହରିଆ । ଆଉ ତା ସାଙ୍ଗକୁ ସେକ୍ସି ଲୁକ, ସେକ୍ସି ଡ୍ୟାନ୍ସରେ ଲୋକଙ୍କୁ ଝୁମାଇବେ ଯୁବତୀ । ବାର ଭିତରେ ମ୍ୟୁଜିକ ପାଇଁ ଲାଇସେନ୍ସ କରି ବେଆଇନ ଉଦ୍ଦଣ୍ଡ ନୃତ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ହୋଟେଲ ମାଲିକ। ସେପଟେ କିଛି ମାଲିକ ଲାଇସେନ୍ସ ରିନ୍ୟୁ କରିଥିବା ବେଳେ କିଛି ଆବେଦନ କରିଛନ୍ତି । ଆଉ ଯେଉଁଠି ଉଲ୍ଲଂଘନ ହେବ ବା ବେଆଇନ ନୃତ୍ୟ କିମ୍ବା ମଦ ପରସାଯିବ ସେଠି ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଅବକାରୀ ବିଭାଗ  । ୨୦୧୮ରେ ଏକାଧିକ ବେଆଇନ ଡ୍ୟାନ୍ସ ବାର ଅଭିଯୋଗରେ ଚଢାଉ କରିଥିଲା ପୋଲିସ ଓ ଅବକାରୀ ବିଭାଗ। କିଛି ବାରରେ ଦେହ କାରବାର  ଚାଲୁଥିବା ନେଇ ଚଢାଉ ପରେ ବାର ସିଲ କରିଥିଲା ପୋଲିସ । ତେବେ ଏଥର ହୋଟେଲ ମାଲିକ ସବୁ ଦିଗ ପ୍ରତି ନଜର ରଖିବେ ବୋଲି ଆଶା  ।

ରିପୋର୍ଟର- ଅରୁଣ ସାହୁ

Get real time updates directly on you device, subscribe now.

Comments
Loading...