News World Odisha
Current News Updates

ଗିନିଜ ବୁକରେ ସ୍ଥାନ ପାଇବ ବଳଦେବ ଜୀଉ ରଥ !

0 94

Get real time updates directly on you device, subscribe now.

ବିଶ୍ୱ ରେକର୍ଡ ଅପେକ୍ଷାରେ କେନ୍ଦୁଝର ରଥ। ଏଠି ବଡ଼ଠାକୁରଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ। ଏସଂପର୍କରେ ମନ୍ଦିର ପରିଚାଳକ ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡ ସଂସ୍ଥାକୁ ସବୁ ପ୍ରମାଣ ଦେଇଛନ୍ତି। ସଂସ୍ଥାର ଗ୍ଲୋବାଲ ରେକର୍ଡ ଆଣ୍ଡ ରିସର୍ଚ ଫାଉଣ୍ଡେସନର ଭାରତ ମୁଖ୍ୟ ମନମୋହନ ରାଓ୍ଵତ କେନ୍ଦୁଝରରେ ପହଞ୍ଚି ନଥିପତ୍ର ଯାଞ୍ଚ ବି କରିଛନ୍ତି। ରିସର୍ଚ ଟିମ୍‌ ଯାଞ୍ଚ କରିବା ପରେ ଆସନ୍ତା ୭ରୁ ୧୦ ତାରିଖ ମଧ୍ୟରେ ଏନେଇ ବିଧିବଦ୍ଧ ଘୋଷଣା କରାଯିବ।…

କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବ ଜୀଉ। ପ୍ରତିବର୍ଷ ମହାସମାରୋହରେ ଏଠି ରଥଯାତ୍ରା ହୁଏ। ନନ୍ଦିଘୋଷ ରଥରେ ସାନ ଭାଇ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି ବଡ଼ ଠାକୁର। ତେବେ କେନ୍ଦୁଝରର ଏ ରଥ ବିଶ୍ୱର ସବୁଠାରୁ ବଡ଼ ରଥ। ଏଠି ରଥର ଉଚ୍ଚତା ୭୨ ଫୁଟ୍‌ ହୋଇଥିବା ବେଳେ ଲମ୍ବ ପ୍ରସ୍ଥ ୪୩ ଫୁଟ୍‌। ରଥରେ ଲାଗିଥାଏ ୭ଫୁଟ୍‌ ୩ ଇଞ୍ଚର ୧୬ଟି ଚକ। ରଥ ନିର୍ମାଣରେ ବ୍ୟବହାର ହୁଏ ଶାଳ, ଶାଳମୂଳୀ ଓ ଧଳା ନାମକ ତିନିପ୍ରକାର କାଠ। ଜୁଆଙ୍ଗମାନେ ଦେଇଥିବା ଶିଆଳି ଦଉଡ଼ିରେ ରଥ ଟଣାଯାଏ। ଯାତ୍ରା ପରେ ରଥକୁ ଭଙ୍ଗାଯାଏ ନାହିଁ। ଅକ୍ଷୟ ତୃତୀୟା ପରଠୁ ରଥ ମରାମତି କାମ ଆରମ୍ଭ ହୁଏ।…

ପୁରୀ ରଥଯାତ୍ରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ତେବେ କେନ୍ଦୁଝରର ବଳଦେବ ଜୀଉ ରଥ ବୃହତମ ରଥ ଭାବେ ବିଶ୍ୱ ରେକର୍ଡ କଲେ ଶ୍ରୀଜଗନ୍ନାଥ ସଂସ୍କୃତିର ଆହୁରି ଅଧିକ ପ୍ରସାର ପ୍ରଚାର ହେବ । ଏଥିରେ ସନ୍ଦେହ ନାହିଁ ।

 

Get real time updates directly on you device, subscribe now.

Comments
Loading...