News World Odisha
Current News Updates

ନବଙ୍କ ନୂଆ ପ୍ଲାନ: ‘ହାତ’ ଛାଡ଼ି ‘ଶଙ୍ଖ’ ଫୁଙ୍କିବେ !

0 5,149

Get real time updates directly on you device, subscribe now.

ନୂଆବର୍ଷରେ ନବ ଦାସଙ୍କ ନୂଆ ପ୍ଲାନ । ହାତ ଛାଡ଼ି ଶଙ୍ଖ ଫୁଙ୍କିବେ ନବ । ଆସନ୍ତା ଜାନୁୟାରୀ ୩୦ ତାରିଖରେ ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ମିଶୁଥିବା ଚର୍ଚ୍ଚା ହେଉଛି । ଖାଲି ନବ ନୁହଁନ୍ତି କଂଗ୍ରେସର ଅନ୍ୟ ୩ ବିଧାୟକ ବି ହାତରୁ ହଟି ଶଙ୍ଖ ଧରିବାକୁ ଗୋଡ଼ ଟେକି ବସିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ତଳସରା ବିଧାୟକ ପ୍ରଫୁଲ୍ଲ ମାଝୀ ଓ ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେଡିରେ ମିଶୁଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରୁଥିବାରୁ ପ୍ରକାଶ ବିଜେଡିରେ ମିଶୁଥିବା ଗନ୍ଧ ବାରି ହେଉଛି । ତେବେ ବିଜେଡିରେ ମିଶିବା ନେଇ କୌଣସି ନେତା ମୁହଁ ଖୋଲି ନଥିବା ବେଳେ ନବ ଦାସ କହିଛନ୍ତି ମୁଁ କଂଗ୍ରେସରେ ଅଛି ଆଉ ରହିବି ମଧ୍ୟ । ହେଲେ ନବଙ୍କ ଏ କଥାକୁ ସହଜରେ ଗ୍ରହଣ କରି ହେଉନି କାରଣ କିଛିଦିନ ତଳେ ଏକ ସଭାରେ ନବ ଲୋକଙ୍କ ମତ ନେଉଥିବା ଦେଖିବାକୁ ମିଳିଥିଲା ଆଉ ସେଠି ନବ ସାଧାରଣ ଲୋକଙ୍କୁ ନିଜ ରାଜନୈତିକ କ୍ୟାରିୟର କଥା ପଚାରୁଥିଲେ । ନବ ପଚାରିଥିଲେ ‘ମୁଁ ଯଦି ଅନ୍ୟ ଦଳ ଯାଏ ଆପଣଙ୍କ ମତ କଣ ?’ । ସେ ଯୁଆଡ଼େ ଯିବେ ଲୋକ ସିଆଡ଼େ ଯିବେ ବୋଲି ମିଡିଆକୁ ନବ କହିଥିଲେ  ।

କଥାରେ ଅଛି ନିଆଁ ନଥିଲେ ଧୂଆଁ ଉଠେନି । ନବ ବିଜେଡିରେ ମିଶୁଥିବା ନେଇ ପୂର୍ବରୁ ସଙ୍କେତ ଦେଇ ସାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ନବ ଦାସ ଓ ତାଙ୍କ ପରିବାର ନବୀନଙ୍କ ସହ ଫଟୋ ଉଠାଇଥିଲେ । ଯାହା ନବଙ୍କ ମିଶ୍ରଣ କଥାକୁ ଅଧିକ ସ୍ପଷ୍ଟ କରୁଛି । ତେବେ ନବଙ୍କ ଅତି ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୩୦ରେ ନବ ବିଜେଡିରେ ମିଶୁଛନ୍ତି ।

Get real time updates directly on you device, subscribe now.

Comments
Loading...