News World Odisha
Current News Updates

ଛେଳି ଚୋବେଇଲା ଅଜଣା ଜନ୍ତୁ

0 93

Get real time updates directly on you device, subscribe now.

କଳାହାଣ୍ଡି ଥୁଆମୂଳ ରାମପୁର ପୋଇଗୁଡ଼ା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁ ନିକଟରେ ଥିବା ସିଙ୍ଗାରି ସଂରକ୍ଷିତ ଜଙ୍ଗଲରେ ଛେଳି ଚରିବାକୁ ଯାଇଥିବାବେଳେ ସନ୍ଧ୍ୟାରେ କିଛି ଛେଳି ଘରକୁ ଫେରି ନଥିଲେ । ଆଜି ସକାଳୁ ଛେଳି ଖୋଜିବା ପାଇଁ ମାଲିକ ଜଙ୍ଗଲ ଭିତରକୁ ଯାଇଥିବାବେଳେ  ୧୪ଟି ଛେଳିର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବାଘ ଆକ୍ରମଣରେ ଛେଳିର ମୃତ୍ୟୁ ହୋଇଥିବା ଗାଁରେ ଚର୍ଚ୍ଚା ହେଉଛି ।  ଏବେ ବି ୮ ଛେଳି ନିଖୋଜ ଥିବା ସୂଚନା ମିଳିଛି । ଜଙ୍ଗଲରେ ୩ରୁ ୪ଟି ବାଘ ଥିବା ନେଇ ଗାଁ ଲୋକେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...