News World Odisha
Current News Updates

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

0 155

ରାଉରକେଲାରେ ଜଣେ ଡାକ୍ତରୀ ଛା‌ତ୍ରୀଙ୍କ ଆତ୍ମହତ୍ୟା । ସେକ୍ଟର-୫ ଭାଇଜାଗ୍‌ ହଷ୍ଟେଲରେ ରହୁଥିବା ସୁନୟନା ବେଗରାଜ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ତେବେ ସେ କେଉଁ କାରଣରୁ ଏଭଳି ପଦକ୍ଷେପ ନେଲେ ତାହା ଜଣା ପଡ଼ି ନାହିଁ । ପୋଲିସ୍‌ ମୃତଦେହର ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ କରୁଛି । ରାଉରକେଲା ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ତାଲିମ୍‌ ନେଉଥିଲେ ପିଜି ଡାକ୍ତରୀ ଛାତ୍ରୀ ସୁନୟନା । ତାଙ୍କ ଘର ଆସାମରେ । ଆଇଜିଏଚ ଶବାଗାରରେ ତାଙ୍କ ମୃତଦେହ ରଖାଯାଇଥିବା ବେଳେ ପୋଲିସ୍‌ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି । 

Get real time updates directly on you device, subscribe now.

Comments
Loading...