News World Odisha
Current News Updates

2018ରେ ବଲିଉଡରେ ଡେବ୍ୟୁ କରିଥିବା ନୂଆ ଚେହେରା…

0 61

Get real time updates directly on you device, subscribe now.

2018ରେ ଡେବ୍ୟୁ କରିଥିବା କଳାକାରଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଷ୍ଟାର କିଡ୍ସ । ଏମାନଙ୍କୁ ଛାଡି ଅନ୍ୟ ନବାଗତ କଳାକାର ମାନେ ମଧ୍ୟ ବଲିଉଡ ଜଗତରେ ପାଦ ରଖିଛନ୍ତି । ଶ୍ରୀଦେବୀ ଏବଂ ବୋନୀ କପୁରଙ୍କ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ଜରିଆରେ ବଲିଉଡରେ ପାଦ ରଖିଛନ୍ତି । ତେବେ ତାଙ୍କ ସହ ସାହିଦ କପୁରଙ୍କ ଭାଇ ଇଶାନ ଖଟର ମଧ୍ୟ ଡେବ୍ୟୁ କରିଥିଲେ ଏଥିରେ ।

କିନ୍ତୁ ନିଜର କ୍ୟୁଟନେସରେ ଘାଏଲ କରି ସମସ୍ତଙ୍କୁ ପଛରେ ପକେଇ ଆଗକୁ ବଢିଛନ୍ତି ସୈଫ୍ ଅଲ୍ଲୀ ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲ୍ଲୀ ଖାନ । ସାରା ଅଲ୍ଲୀ ଖାନ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘କେଦାରନାଥ’ ବଲିଉଡରେ ଡେବ୍ୟୁ କରିଛନ୍ତି ।

ଅନ୍ୟପଟେ ଟେଲି ଜଗତର କେତେ ଗୁଡିଏ ନାୟିକା ମଧ୍ୟ ନଜର ଆସିଥିଲେ ଏହି ରେସରେ । ଟେଲିଭିଜନର ନାଗୀନ ମୌନି  ରୟ 2018ରେ ରିଲିଜ ଅକ୍ଷୟଙ୍କ ଫିଲ୍ମ ଗୋଲ୍ଡରେ ଦେଖିବାକୁ ମିଳିଥିଲେ ।

ପରେ ପରେ ରାଧିକା ମଦାନ୍ ପଖ୍ୟାତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ପଟାଖା’ ରେ ଡେବ୍ୟୁ କରିଥିଲେ ।

ଟେଲିଭିଜନ ଜଗତର ସୁନ୍ଦରୀ ଜେନିଫର ଉଇଙ୍ଗେଟ୍ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ‘ଫିର୍ ସେ’ ତାଙ୍କ ଦମଦାର ଅଭିନୟର ଛାପ ଛାଡିଥିଲେ ।

ତେବେ ଏଥର ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ଲଞ୍ଚ କରିଥିଲେ ଆଉ ଦୁଇ ଜଣ ନୂଆ କଳାକାରଙ୍କୁ । ‘ଲଭୟାତ୍ରୀ’ ଜରିଆରେ ସଲମାନ ଲଞ୍ଚ କରିଥିଲେ ଭିଣୋଇ ଆୟୁଷ ଶର୍ମା ଏବଂ ନବାଗତା ୱାରିନା ହୁସେନ୍ ।

Get real time updates directly on you device, subscribe now.

Comments
Loading...