News World Odisha
Current News Updates

ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ

0 195

ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ । ଏନେଇ ଦିଲ୍ଲୀରୁ ପଲ୍ଲୀ ଯାଏଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି ଦଳ । ତେବେ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କଂଗ୍ରେସ ଶିବିର ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଆଜି ଜିଲ୍ଲା ପରିଷଦ ଜୋନର ନେତାଙ୍କୁ ଡାକି ମାନସ ମନ୍ଥନ କରିବ ଦଳ । ନିକଟରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ଦଳ ଉତ୍ସାହିତ ରହିଛି ।

୨୦୧୪ ଲୋକସଭା ନିର୍ବାଚନ ପରେ ଦଳ ସବୁଠି ପରାଜୟର ସ୍ୱାଦ ଚାଖୁଥିବା ବେଳେ ନିକଟରେ ଶେଷ ହୋଇଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳ ବିଜୟ ହୋଇଥିଲା । ଦଳର ବିଜୟ ପରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିଯାଇଛି । ଏହାର ଫାଇଦା ଉଠାଇବା ପାଇଁ ଦଳ ଦିଲ୍ଲୀରୁ ପଲ୍ଲୀ ସବୁଠି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି । ୨୦୧୯ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଦଳ ଆଜି କିଛି ନିର୍ବାଚନୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ସୂଚନା ଥାଉକି, ୧୮୮୫ ମସିହା ଆଜିର ଦିନରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ଗଠନ ହୋଇଥିଲା ।

Get real time updates directly on you device, subscribe now.

Comments
Loading...