News World Odisha
Current News Updates

ଓଡ଼ିଆ ପ୍ରେମିକକୁ ଖୋଜୁଛି ପୋଲାଣ୍ଡ ପ୍ରେମିକା

0 34,176

Get real time updates directly on you device, subscribe now.

‘ମୁଁ ତୁମକୁ ଭଲ ପାଏ’ । ମତେ ରିପ୍ଲାଏ ଦିଅ , ମୁଁ ୱ୍ୱେଟ୍ କରିଛି…

ଆଉ ଇତି ମଧ୍ୟରେ ବିତି ଯାଇଛି ଦୁଇ ଦିନ । ଆଉ ତା ପରେ ହଜିଯାଇଛି ପ୍ରେମ ନିବେଦନ କରିଥିବା ପ୍ରେମିକର ଚିହ୍ନ ବର୍ଣ୍ଣ । ଫେସବୁକରେ ଫ୍ରେଣ୍ଡସିପ, ଫେସବୁକରେ ଚାଟିଙ୍ଗ ଆଉ ତାପରେ…. ଧୀରେ ଧୀରେ ଆରମ୍ଭ ହୋଇଥିଲା ପ୍ରେମ । ଫେସବୁକ ପ୍ରେମିକକୁ ଫେସବୁକରେ ନ ପାଇ ବିଚଳିତ ହୋଇ ଉଠିଛି ପ୍ରେମିକା । ନିଜ ଜୀବନରେ ପ୍ରେମିକକୁ ଫେରି ପାଇବା ପାଇଁ  ବିକଳ ହେଉଛି ପ୍ରେମିକା । ଆପଣ ଶୁଣିଥିବେ‘ପ୍ରେମ’କୌଣସି ବନ୍ଧ ବାଡକୁ ମାନେନି,କୌଣସି ବାଧା ବିଘ୍ନ ପାଖେ ମୁଣ୍ଡ ନୁଆଁଏନି । ସମୁଦ୍ରର ଲହଡ଼ି ଉଠିବା ମାତ୍ରକେ ଯେପରି କୂଳକୁ ଛୁଇଁ ଯାଏ ଠିକ୍ ସେମିତି ପ୍ରେମ ମଣିଷକୁ ଆଲିଙ୍ଗନ କଲେ କୂଳ ଲଙ୍ଘିବା ଥୟ ହୋଇଯାଏ । ତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ସୋସିଆ ମିଡିଆରେ ଭାଇରାଲ ହୋଉଥିବା ଭିଡିଓରେ । ସାତ ଦରିଆ ଡେଇଁ ଓଡ଼ିଆ ପୁଅର ପ୍ରେମ ପାଇଁ ଭୁବନେଶ୍ୱର ଆସୁଛି ପୋଲାଣ୍ଡ ଝିଅ ଅବା ପୋଲାଣ୍ଡ ପ୍ରେମିକା ।

ଫେସବୁକରେ ପୋଲାଣ୍ଡ ଝିଅକୁ ପ୍ରେମ କରିଥିବା ଓଡ଼ିଆ ଯୁବକ ଜଣକ ପ୍ରେମ ନିବେଦନ କରିଥିଲେ । ପ୍ରେମ ନିବେଦନର କୌଣସି ଉତ୍ତର ନପାଇବାରୁ ଓଡ଼ିଆ ଯ଼ୁବକ ନିଜ ଆକାଉଣ୍ଟ ଡିଲିଟ କରିଦେଇଥିଲେ ଆଉ ତାପରେ ଆରମ୍ଭ ହୋଇଥିଲା ଯୁବତୀଙ୍କ ମନରେ ପ୍ରେମକୁ ପାଇବାର ଆଶା । ଏକ ଭିଡ଼ିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି ପୋଲାଣ୍ଡ ପ୍ରେମିକା । ଓଡ଼ିଆ ପୁଅର କଥା ବାର୍ତ୍ତା କହିବା ଶୈଳୀଠୁ ଆରମ୍ଭ କରି କୌତୁହଳିଆ ପ୍ରକୃତି ଯ଼ୁବତୀଙ୍କୁ ଖୁବ ଆକୃଷ୍ଟ କରିଥିଲା । ଓଡ଼ିଆ ପୁଅର କମ୍ପାନୀ ତାଙ୍କୁ ବହୁ ପସନ୍ଦ ଆସିଯ଼ାଇଥିଲା । ଯେକୌଣସି ଉପାୟରେ ସେ ଓଡ଼ିଆ ପୁଅକୁ ପାଇବାକୁ ଚାହୁଁଥିବା କହିଛନ୍ତି ଭିଡିଓରେ ।  ଆଉ ବିଦେଶୀନି ଜଣକ ମଧ୍ୟ ଓଡ଼ିଆରେ ‘ମୁଁ ତୁମକୁ ଭଲ ପାଏ’କହିବା ସହିତ ‘I am coming to bhubanewsar’ବୋଲି କହିଛନ୍ତି । ତେବେ ଦେଖନ୍ତୁ ପୁରା ଭିଡିଓ……….­­­­­­

 

Get real time updates directly on you device, subscribe now.

Comments
Loading...