News World Odisha
Current News Updates

ନୂଆବର୍ଷରୁ ଟେଲିଭିଜନ ଉପଭୋକ୍ତାଙ୍କ ଲାଗି ଖୁସି ଖବର

0 336

ନୂଆବର୍ଷରୁ ଟେଲିଭିଜନ ଉପଭୋକ୍ତାଙ୍କ ଲାଗି ଖୁସି ଖବର । ଟେଲିକମ୍‌ ଅଥରିଟି ଅଫ୍‌ ଇଣ୍ଡିଆ,ଟ୍ରାଇର ନୂଆ ନିୟମ ଅନୁସାରେ ଟେଲିଭିଜନ୍‌ ଉପଭୋକ୍ତାମାନେ ଫ୍ରି ଟୁ ଏୟାର ଚ୍ୟାନେଲ ଗୁଡ଼ିକୁ ମାଗଣାରେ ଦେଖିପାରିବେ। ଏହାସହ ନିଜ ଇଚ୍ଛା ମୁତାବକ ପେଡ୍‌ ଚ୍ୟାନେଲ ଦେଖିପାରିବେ । ଯାହାଦ୍ୱାରେ ଉପଭୋକ୍ତା ବେଶ୍‌ ଉପକୃତ ହେବେ । ଡିସେମ୍ବର ୨୯ରୁ କାର୍ଯ୍ୟକାରୀ ହେଉଛି ଏହି ନିୟମ । ଏହି ନିୟମ ବିଷୟରେ ଦର୍ଶକଙ୍କୁ ସଚେତନ କରିବାକୁ ଏମବିସି ଟିଭି ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଓଡ଼ିଶାର ପ୍ରମୁଖ କେବୁଲ ଅପରେଟର, ଉପଭୋକ୍ତା, ଟ୍ରାଇର ସଦସ୍ୟ, କେବୁଲ ଅପରେଟର, ଆଇନଜୀବୀ, ବୁଦ୍ଧିଜୀବୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments
Loading...