News World Odisha
Current News Updates

ଶୀତ:୨୯ରୁ ଆହୁରି ଥରେଇବ

୩୧ ଯାଏଁ ଥରିବ ସାରା ଓଡିଶା, ସ୍ଥିତି ଉପରେ ନଜର ରଖିବାକୁ ସରକାରଙ୍କୁ ପରାମର୍ଶ

0 441

Get real time updates directly on you device, subscribe now.

ମାଡି ଆସୁଛି ଜାଡ। ଆସନ୍ତାକାଲିଠାରୁ ସାରା ରାଜ୍ୟକୁ ଥରାଇବ ଶୀତ। ନୂଆ ବର୍ଷ ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ। ତିନି ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ହେବ। ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଭଦ୍ରକ ଜିଲ୍ଲାରେ ରାତି ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୩୧ ତାରିଖ ଯାଏଁ ହାଡଭଙ୍ଗା ଶୀତ ହେବାକୁ ଥିବାରୁ ରାଜ୍ୟକୁ ସଜାଗ କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ଦକ୍ଷିଣ-ଉପକୂଳ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଆର. ଉଦୟଗିରି, ମହେନ୍ଦ୍ରଗଡ଼, ଛତ୍ରପୁର, ବ୍ରହ୍ମପୁର ଓ ଗୋପାଳପୁରରେ ବର୍ଷା ହୋଇଛି। ସେପଟେ ଉତ୍ତର ଭାରତରେ ମଧ୍ୟ ଜାରି ରହିଛି ଶୀତ ଲହରୀ । ପଞ୍ଜାବ, ହରିୟାନା, ଚଣ୍ଡିଗଡ, ଦିଲ୍ଲୀ ଓ ଉତ୍ତର ରାଜସ୍ଥାନରେ ପ୍ରଚଣ୍ଡ ଥଣ୍ଡା ଅନୁଭୂତ ହେଉଛି। ଉତ୍ତର ଓ ଉତ୍ତର ପୂର୍ବ ଅଞ୍ଚଳରେ ଘନ କୁହୁଡି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।…

Get real time updates directly on you device, subscribe now.

Comments
Loading...