News World Odisha
Current News Updates

ମମତା ଆଗରେ ମୃତ୍ୟୁ ଫିକା

0 1,258

Get real time updates directly on you device, subscribe now.

ମା’ ର କୋଳ ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ । ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ବାଘ ଗାଈର ଫୋଟରେ । ଖାଲି ମଣିଷ ନୁହଁ ପଶୁଙ୍କ ଠାରେ ବି ମମତାର ମୂଲ ବୁଝିବାର କ୍ଷମତା ଅଛି । ସେଥିପାଇଁ ବୋଧେ ମମତା ଆଗରେ ଫିକା ପଡିଛି ମୃତ୍ୟୁ । ଗାଈ ଆଗରେ ବାଘ ଯମ ସାଜି ବସିଥିବା ବେଳେ ବାଘର କରୁଣ ଚାହାଣୀକୁ ଦେଖି କୋଳକୁ ଆଣି ନିଜ ଛାତିରେ ଜାବୁଡି ଧରି ରାତି ବିତାଇଛି ଗାଈ ଆଉ ବାଘକୁ ଶୀତ ଯନ୍ତ୍ରଣାରୁ ରକ୍ଷା ଦେଇଛି ।  

ବର୍ତ୍ତମାନ ଚାରିଆଡେ ଶୀତର ପ୍ରୋକପ ଉଗ୍ର ରୂପ ନେଉଥିବା ବେଳେ ମଣିଷମାନେ ସିନା ଶୀତ ବସ୍ତ୍ର ,କମ୍ୱଳ ଜରିଆରେ ନିଜକୁ ବଞ୍ଚାଉଛନ୍ତି । କିନ୍ତୁ କଥା କହପାରୁ ନଥିବା ପଶୁପକ୍ଷୀ ପାଇଁ କମ୍ୱଳ କାଇଁ ନା ଶୀତ ବସ୍ତ୍ର କାଇଁ ? କାଲ ଠାର କାଲ ମା’ ବୁଝିଲା ପରି ହିଂସ୍ର ଯନ୍ତ୍ରୁର ଅକଥପନୀୟ ଯନ୍ତ୍ରଣାକୁ ବୁଝି ପାରିଛି ମମତାମୟୀ ସ୍ନେହୀ ଗୋ ମାତା । ବାଘ ପାଖକୁ ଆସିଲେ ଆକ୍ରମଣ କରିପାରେ , ତା ଜୀବନ ପ୍ରତି ବିପଦ ସାଜି ପାରେ । କିନ୍ତୁ ସେସବୁ କୁ ଖାତିର କରିନି ଗୋ ମାତା । ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ଅନ୍ୟ ମଣିଷକୁ ସାହାର୍ଯ୍ୟ କରିବାରେ ପଛଘୁଞ୍ଚା ଦେଉଥିବା ବେଳେ ପଶୁପକ୍ଷୀ ମାନେ  କିନ୍ତୁ ଅନ୍ୟର ଯନ୍ତ୍ରଣାକୁ ବେଶ ବୁଝି ପାରୁଛନ୍ତି ।

Get real time updates directly on you device, subscribe now.

Comments
Loading...