News World Odisha
Current News Updates

ଷ୍ଟେସନରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

0 84

କଣାସ ରୋଡ଼ ଷ୍ଟେସନରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ପୁରୀ-କଟକ ପାସେଞ୍ଜର ଟ୍ରେନ୍‌କୁ ଅଟକ ରଖିଥିଲେ ଲୋକେ। ଯାତ୍ରୀ ବହୁ ହନ୍ତସନ୍ତ ହୋଇଥିଲେ। ମୃତ ଯୁବକଙ୍କ ଘର ଜଗଦଲପୁର ଅଞ୍ଚଳର, ତାଙ୍କ ନାଁ ଧିରେନ୍‌ କୁମାର ରାଉତରାୟ । ତେବେ ତୁରନ୍ତ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ଟ୍ରେନଟି ଦେଢ଼ ଘଣ୍ଟା ବିଳମ୍ବରେ ଯାତ୍ରା କରିଛି । ବର୍ତ୍ତମାନ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।  କିନ୍ତୁ ଯୁବକଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି କୁହାଯାଉଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments
Loading...