News World Odisha
Current News Updates

ଶିମିଳିପାଳ ହେବ ବାଘ ଶୂନ୍ୟ !

0 154

Get real time updates directly on you device, subscribe now.

ରାଜ୍ୟରେ ବୁଡ଼ି ଚାଲିଛି ବାଘ ବଂଶ । ଆଉ ବର୍ଷ କେଇଟା ପରେ ବୋଧ ହୁଏ ଶିମିଳିପାଳ ହୋଇ ଯାଇଥିବ ବାଘ ଶୂନ୍ୟ । ପ୍ରତିବର୍ଷ ଏଠି ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଶିକାରୀ ହିଁ ସାଜିଛନ୍ତି ବଇରୀ । ଯେଉଁଥି ପାଇଁ ୨୦୦୬ରେ ଏଠି ୧୦୧ଟି ବାଘ ଥିବା ବେଳେ ୨୦୧୬ର ତଥ୍ୟ ଅନୁଯାୟୀ ଅଛନ୍ତି ମାତ୍ର ୨୮ଟି ।

ଓ୍ଵାଇଲ୍ଡ ଲାଇଫ୍‌ ସୋସାଇଟିର ତଥ୍ୟ ଅନୁୟାୟୀ ୧୨ ବର୍ଷରେ ମଲେଣି ୭୫ଟି ବାଘ । ଯାହା ସୂଚାଇ ଦେଉଛି ଶିମିଳିପାଳରେ ବନବିଭାଗର ଉପସ୍ଥିତି ଠାରୁ ଶିକାରୀଙ୍କ ପ୍ରାଦୁର୍ଭାବ ଅଧିକ ରହିଛି । ଶିମିଳିପାଳ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟ ହୋଇଥିବା ବେଳେ କେନ୍ଦ୍ର ସରକାର ପ୍ରତିବର୍ଷ ୫ରୁ ୬ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର ବି ଖର୍ଚ୍ଚ କରୁଛନ୍ତି । ଏମିତିରେ ଦେଖିବାକୁ ଗଲେ ୧୨ ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଲାଭ କଣ ?

ନିକଟରେ ମଧ୍ୟପ୍ରଦେଶରୁ ୨ଟି ବାଘ ସାତକୋଶିଆକୁ ଆସିଥିଲେ । ଶିକାରୀଙ୍କ ଫାଶରେ ମହାବଳ ମହାବୀର ମରି ସାରିଥିବା ବେଳେ ମଣିଷ ମରା ଗୁଣ ପାଇଁ ଖୁଆଡ଼ରେ ସୁନ୍ଦରୀ । ଏଭଳି ସ୍ଥିତିରେ ଶିମିଳିପାଳ ବାଘଙ୍କ ପାଇଁ ଗର୍ବ କରୁଥିବା ରାଜ୍ୟ ସରକାର, ଓ୍ଵାଇଲ୍ଡ ଲାଇଫ୍‌ ସୋସାଇଟି ର ତଥ୍ୟ ଉପରେ କି ଉତ୍ତର ଦେବେ ?

Get real time updates directly on you device, subscribe now.

Comments
Loading...