News World Odisha
Current News Updates

୩୧ ଡିସେମ୍ୱରରେ ରାଜ୍ୟ ସଭାରେ ତିନି ତଲାକ୍‌ ଭାଗ୍ୟ ପରୀକ୍ଷା

ଶାସକ-ବିରୋଧୀ ଛକାପଞ୍ଝା

0 115

Get real time updates directly on you device, subscribe now.

ତିନି ତଲାକ୍‌ ବିଲ୍‌ ଭୋଟରେ ଲୋକସଭାରେ ଗୃହୀତ ହୋଇଛି। ଏହି ବିଲ୍‌ ରାଜ୍ୟ ସଭାରେ ୩୧ ଡିସେମ୍ୱରରେ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।  ଏନେଇ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଲୋକସଭାରେ କଂଗ୍ରେସ, ଏଆଇଏଡିଏମ୍‌କେ, ଡିଏମ୍‌କେ, ସମାଜବାଦୀ ପାର୍ଟି ବିଲ୍‌କୁ ବିରୋଧ କରି ୱାର୍କ ଆଉଟ୍‌ କରିଥିବାବେଳେ ଏହାକୁ ଗୃହୀତ କରିବା ପାଇଁ ଭାଜପା ଚିନ୍ତାରେ ପଡ଼ିଛି। ରାଜ୍ୟ ସଭାର ୨୪୫ ସଦସ୍ୟଙ୍କ ମଧ୍ୟରୁ ଏନଡିଏ ପାଖରେ ୮୬ ସଦସ୍ୟ ଅଛନ୍ତି। ସେଥି ଭିତରୁ ଭାଜପାର ୭୩, ଜେଡିୟୁର ୬, ଶିବସନୋର ୩, ଅକାଳୀଦଳର ୩ ଏବଂ ଆର୍‌ପିଆଇର ଜଣେ ସଦସ୍ୟ ଅଛନ୍ତି। ଅପରପକ୍ଷରେ କଂଗ୍ରେସର ୫୦, ସମାଜବାଦୀ ପାର୍ଟିର ୧୩, ଟିଏମ୍‌ସିର ୧୩, ସିପିଏମ୍‌ ୫, ଏନସିପି ୪, ବିଏସ୍‌ପି ୪, ଡିଏମ୍‌କେ ୪, ସିପିଆଇ ୨, ପିଡିପି ୨ ଆଦିକୁ ମିଶାଇ ୟୁପିଏର ସଦସ୍ୟ ସଂଖ୍ୟା ୯୭ ରହିଛି। ଭାଜପାକୁ ଏଆଇଏଡିଏମ୍‌କେ ସମର୍ଥନ କରିବା ଏକଦମ୍‌ କ୍ଷୀଣ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହି ବିଲ୍‌ ବିଶେଷ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।

 

Get real time updates directly on you device, subscribe now.

Comments
Loading...