News World Odisha
Current News Updates

୧ ଜାନୁଆରୀ ରାଶିଫଳ

0 284

Get real time updates directly on you device, subscribe now.

ମେଷ

ନୂଆ ବରଷରେ ମନକାରକ ଚନ୍ଦ୍ର ସ୍ୱାତୀ ନକ୍ଷତ୍ରରେ ରହିଲେ ମଧ୍ୟ ବିଳାସକାରକ ଶୁକ୍ରଙ୍କ ଆତିଥ୍ୟ ଗ୍ରହଣ କରି ଦିନଟିକୁ ମନଭରି ଆନନ୍ଦର ସହ ଉପଭୋଗ କରିବେ। ବେପାର ବଣିଜ ପାଇଁ ଯେମିତି ଭଲ ଯାତ୍ରା ଓ ନୂତନ ସମ୍ପର୍କ ବନେଇବା ସକାଶେ ମଉକା ମଧ୍ୟ ପାଇଯିବେ। କର୍ମକ୍ଷେତ୍ରରୁ ସହକର୍ମୀଙ୍କ ଅଭିଯୋଗ କିମ୍ବା ପରିବାରରେ ମତପାର୍ଥକ୍ୟର ଆଶଙ୍କା ରହିଛି।

ବୃଷ

ଅର୍ଥପ୍ରାପ୍ତି କିମ୍ବା କାମ ହାସଲରେ ଚନ୍ଦ୍ର ସମ୍ମୁଖରେ ବୃହସ୍ପତି ରହିଥିବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବେନାହିଁ। ବନ୍ଧୁଙ୍କ ସହାନୁଭୂତି ସହିତ ବୈଷୟିକ ସୁଖ, ସମୃଦ୍ଧି ଓ ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ନିଶ୍ଚୟ ଲାଭବାନ୍‌ ହେବେ। ଶତ୍ରୁତା କରୁଥିବା ବ୍ୟକ୍ତିଟି ଏକ ନୂତନ ପରିବେଶରେ ମୌନ ରହିବାକୁ ବାଧ୍ୟ ହେବ।

ମିଥୁନ

ରାଶ୍ୟାଧିପ ବୁଧ ଓ ଚନ୍ଦ୍ର ଦ୍ୱିଦ୍ୱାଦଶ ହୋଇ କିଏ କାହାକୁ ଦେଖିପାରୁ ନ ଥିବାରୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ଉଦ୍‌ବେଗପୂର୍ଣ୍ଣ ହେବନାହିଁ। ରବି ଓ ଶନିଙ୍କ ଦୃଷ୍ଟି ପ୍ରଭାବରୁ କୌଣସି ବୟସ୍କବ୍ୟକ୍ତିଙ୍କ ଅନୁଗ୍ରହ ଦୁସ୍ଥ ମାନସିକ ସ୍ଥିତିକୁ ହାଲୁକା କରିଦେବ। ବ୍ୟବସାୟ, ପରିବହନ, ବନ୍ଧୁସମ୍ପର୍କ ଓ ଯାତ୍ରାକାଳୀନ ଆନନ୍ଦ ସେତେଟା ପ୍ରୀତିପ୍ରଦ ହୋଇ ନ ପାରେ।

କର୍କଟ

ବର୍ଷ ଆରମ୍ଭରୁ ଭାଗ୍ୟଭାବରେ ମଙ୍ଗଳ ଆପଣଙ୍କ ଆଶା ଓ କାମନାକୁ ଚରିତାର୍ଥ କରିବା ପାଇଁ ସତେଯେମିତି ଅନାଇ ବସିଛନ୍ତି। ଅନୁକୂଳ ଗ୍ରହ ପ୍ରଭାବରେ କେବଳ ଆଜି ଦିନକ ପାଇଁ ନୁହେଁ, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ସୂଚନାର ଏଇମାତ୍ର ଆରମ୍ଭମାତ୍ର। ଆର୍ଥିକ ଉନ୍ନତି, ସାମାଜିକ ପ୍ରତିଷ୍ଠା, କର୍ମକ୍ଷେତ୍ରରୁ ସମ୍ମାନ ଓ ବନ୍ଧୁମାନଙ୍କ ସମାଦରରେ ଖୁସୀ ରହିବେ।

ସିଂହ

ରବି ଓ ଶନିଙ୍କ ପରି ଆଦୌ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ସହ ସମୟଟି ଉପଭୋଗ୍ୟ ହେବା ବଦଳରେ ଦୁର୍ବିଷହ ହୋଇପାରେ। ପୁରୁଣା ରୋଗ, ସମାଧାନ ହୋଇପାରି ନ ଥିବା ସମସ୍ୟା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ। ତଥାପି ଶିକ୍ଷା, ଲୋକସମ୍ପର୍କ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ସୁଯୋଗ ଜୁଟିବ।

କନ୍ୟା

ଚନ୍ଦ୍ରଙ୍କ ସୁପ୍ରଭାବରେ ଉପର ମନରେ ହସି ଦେଉଥିଲେ ମଧ୍ୟ ପାରିବାରିକ ଦୁଶ୍ଚିନ୍ତା ସାଙ୍ଗକୁ କାର୍ଯ୍ୟରେ ବିଫଳତା ବିଡ଼ମ୍ବନା ସୃଷ୍ଟି କରିବ। ବହୁପୂର୍ବରୁ ମନସ୍ଥ କରିଥିବା କାମଟି ବିଗିଡିଯିବା କାରଣରୁ ମନେମନେ ବିରକ୍ତି ଅନୁଭବ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ବିଫଳତା, ବ୍ୟବସାୟରେ ଆଶା ଅପୂରଣ ରହିବା କ୍ଷୋଭର କାରଣ ହୋଇପାରେ।

ତୁଳା

ରାଶିସ୍ଥ ଗ୍ରହ ଆପଣଙ୍କୁ ସକାଳୁ ସକାଳୁ ପ୍ରିୟଜନଙ୍କ ଅନୁରକ୍ତି, ବନ୍ଧୁମାନଙ୍କ ସହାନୁଭୂତି, ହାଲୁକା ପାରିବାରିକ ସ୍ଥିତିଜନିତ ଉତ୍‌ଫୁଲ୍ଲିତ କରାଇବ। ପ୍ରୀତିପ୍ରଦ ଆଲୋଚନା, ସନ୍ତାନଙ୍କ କୃତିତ୍ୱ, ନୂତନ ବ୍ୟବସାୟାରମ୍ଭ ପ୍ରଭୃତି ଫଳପ୍ରଦ ହେବ। ସମସ୍ୟା ସମାଧାନରେ ଅର୍ଥବ୍ୟୟ ଏବଂ ଯାତ୍ରାରେ ଦ୍ୱନ୍ଦ୍ୱ କିମ୍ବା କଳହ ଆନନ୍ଦକୁ ହଜାଇ ଦେଇପାରେ।

ବିଛା

ବ୍ୟୟଭାବସ୍ଥ ଚନ୍ଦ୍ର, ବନ୍ଧୁମେଳରେ ଯାତ୍ରା, ବିଳାସ ଉପକରଣ ପାଇବା ଦିଗରେ ମନକୁ ଅନୁପ୍ରେରିତ କରିପାରନ୍ତି। କେତୁଙ୍କ କୁପ୍ରଭାବରୁ ନିଜ ପରିସର ବ୍ୟକ୍ତିବିଶେଷଙ୍କ ପରୋକ୍ଷ ଶତ୍ରୁତା ପରିସ୍ଥିତିକୁ ବିଗାଡି ଦେଇପାରେ। ଅବଶ୍ୟ କର୍ମକ୍ଷେତ୍ର ଓ ପାରିପାର୍ଶ୍ୱିକ ପରିସ୍ଥିତି ଅନୁରାଧା ନକ୍ଷତ୍ର ସକାଶେ ବିଶେଷ ଖରାପ ନ ହୋଇପାରେ।

ଧନୁ

ଶନିଙ୍କ ପ୍ରଭାବରେ ମନ ଅନୁଯାୟୀ କୌଣସି କାମ ନ ହୋଇପାରିବା କାରଣରୁ ଯନ୍ତ୍ରବତ୍‌ କାମ କରୁଥିଲେ ମଧ୍ୟ ମନ ସୁଖ ରହିବନାହିଁ। ଭଲ କଲେ ମଧ୍ୟ ମନ୍ଦ ଶୁଣିବେ, ପରିଶ୍ରମ କମ୍‌ ନ ହେଲେ ମଧ୍ୟ ତଦନୁରୂପ ଫଳର ନୈରାଶ୍ୟରେ ଦୁଃଖାଭୀଭୂତ ହୋଇପାରନ୍ତି। ଏକାଦଶସ୍ଥ ଗ୍ରହ କଳହ, ଝଗଡ଼ା ଭିତରେ କିଛିଟା ଦେଲେ ମଧ୍ୟ ତାହା ସନ୍ତୋଷଜନକ ହେବନାହିଁ ।

ମକର

କର୍ମଭାବରୁ ଶୁକ୍ର ଓ ଚନ୍ଦ୍ର ବନ୍ଧୁ, ସମାଜ, ସମ୍ପର୍କର ସ୍ଥାନ ଚତୁର୍ଥ ଭାବକୁ ଅବଲୋକନ କରି ଦିନଟିକୁ ସ୍ମରଣୀୟ କରାଇବେ। ଖୁସି ଖବର ପାଇବେ, ମନ ଚାହୁଁଥିବା ଜିନିଷ ହାତପାଆନ୍ତାକୁ ଆସିଯିବ। କିନ୍ତୁ ଉତ୍ତରାଷାଢା ବୃଥା ଭାବନା, କାର୍ଯ୍ୟହାନିର କ୍ଷୋଭରୁ ସୁନିଦ୍ରାରେ ବ୍ୟାଘାତ ମଧ୍ୟ ମାନସିକ ଦୁଶ୍ଚିନ୍ତାର କାରଣ ପାଲଟିଯିବ।

କୁମ୍ଭ

ଶାରୀରିକ ସୁସ୍ଥତା, କାର୍ଯ୍ୟ ହାସଲର ଜିଦ୍‌, ଅଭିଳାଷର ପ୍ରତିଶ୍ରୁତି ପ୍ରତ୍ୟେକ କ୍ଷେତ୍ରରେ ଅନୁଭବରେ ଆସିପାରେ। କିନ୍ତୁ ମୁଖଭାରେ ମଙ୍ଗଳ କଥାରେ କଠୋରତା, ପର ପାଇଁ ଶତ୍ରୁତା, ଦ୍ୱାଦଶସ୍ଥ କେତୁଜନିତ ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି। କିନ୍ତୁ ରାଶିସ୍ଥ ଗ୍ରହମାନେ ବିବାଦରେ ବିଜୟ, ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପ୍ରଦାନ କରିବେ।

ମୀନ

ବର୍ଷ ପ୍ରବେଶର ପ୍ରଥମ ଦିବସରେ ତୃତୀୟ ଅଷ୍ଟମାଧିପ ଶୁକ୍ର ମନ୍ତ୍ରଣାଧିପତି ଚନ୍ଦ୍ରଙ୍କ ସାନ୍ନିଧ୍ୟରେ କୂଟନୈତିକ ପଶାପାଲିରେ ବିଜୟୀ କରାଇବେ। କିନ୍ତୁ ତାହା ସାଙ୍ଗକୁ ବିଜୟର ଆନନ୍ଦ ଅନ୍ତରାଳରେ ବିବାଦ ଓ ସଂଘର୍ଷଜନିତ ମନସ୍ତାପ ମଧ୍ୟ ପିଛା ଛାଡ଼ିବ ନାହିଁ। ପାରିବାରିକ ସଦ୍‌ଭାବ, ଆଶା କରୁଥିବା ଜିନିଷ, ବ୍ୟବସାୟିକ ଉତ୍କର୍ଷତା ପାଇବା ଉତ୍ତରଭାଦ୍ର ପାଇଁ ଦୁର୍ଲ୍ଲଭ ହୋଇପାରେ।

Get real time updates directly on you device, subscribe now.

Comments
Loading...