News World Odisha
Current News Updates

ରାଜସ୍ଥାନ ମନ୍ତ୍ରୀଙ୍କ ବିକାଶ ନାରା: ପ୍ରଥମେ ଜାତି, ପରେ ରାଜ୍ୟବାସୀ

0 138

Get real time updates directly on you device, subscribe now.

ବିକାଶର ନୂଆ ଫର୍ମୁଲା ପଢ଼ାଇଲେ ରାଜସ୍ଥାନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶ । ପ୍ରଥମେ ଜାତି ଓ ପରେ ସମାଜ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ତାଙ୍କର ଏହି ବୟାନ ପରେ ସେ ବିବାଦ ଘେରକୁ ଆସିଛନ୍ତି ।

ସୋମବାର ରେଣୀରେ ଆୟୋଜିତ ଏକ ସମାରୋହରେ ମନ୍ତ୍ରୀ ଭୁପେଶ କହିଛନ୍ତି, ବିକାଶ ଦିଗରେ ମୋର ପ୍ରଥମ ପ୍ରାଥମିକତା ଜାତି ଓ ପରେ ସମାଜ । ଯାହାକୁ ନେଇ ବିବାଦ ଦେଖାଦେଇଛି । ଦେବେ ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ସେ ସଫେଇ ଦେଇ କହିଛନ୍ତି, ରାଜସ୍ଥାନରେ ଥିବା ସମସ୍ତ ନାଗରିକଙ୍କ ସମସ୍ୟାର ସମାଧାନ ତାଙ୍କର ପ୍ରଥମ କର୍ତ୍ତବ୍ୟ ତାପରେ ଅନ୍ୟ କଥା ।

ସୂଚନା ଥାଉକି, ରାଜସ୍ଥାନରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହୋଇ ସରକାର ଗଠନ କରିଛି ।

Get real time updates directly on you device, subscribe now.

Comments
Loading...