News World Odisha
Current News Updates

ଲାଲୁ ଅସୁସ୍ଥ

0 178

ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି। ଯାହା ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲାଲୁ ଯାଦବଙ୍କ ୟୁରିନ୍‌ ଇନଫେକ୍ସନ ହେବା ଫଳରେ ପରିସ୍ରାରେ ରକ୍ତ ପଡୁଥିବା କୁହାଯାଉଛି। ତେଣୁ ଡାକ୍ତରମାନେ ତାଙ୍କ ଖାଦ୍ୟ ପାନୀୟ ଉପରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଲାଲୁ ଅସୁସ୍ଥତା କାରଣରୁ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

Get real time updates directly on you device, subscribe now.

Comments
Loading...