News World Odisha
Current News Updates

ବ୍ୟାଟ ଦେଲା ବଡ଼ ପଦବୀ

0 105

Get real time updates directly on you device, subscribe now.

କୁହାଯାଏ ଖେଳିଲେ କୁଦିଲେ ହେବ ଖରାପ, ଲେଖିଲେ ପଢ଼ିଲେ ହେବ ନବାବ  ତେବେ ଏହି କଥା ଅଧିକ ପ୍ରୟୋଗ କରାଯାଏ କ୍ରିକେଟ ଖେଳୁଥିବା ଖେଳାଳୀଙ୍କ ଉପରେ କିନ୍ତୁ ଏକଥା କିଛି ଜାତୀୟ କ୍ରିକେଟ ଖେଳାଳୀଙ୍କ ଜୀବନୀକୁ ଲକ୍ଷ୍ୟ କଲେ ଭୁଲ ପ୍ରମାଣିତ ହୁଏ  କାରଣ କିଛି ଏଭଳି ଖେଳାଳୀ ଅଛନ୍ତି ଯେକି କେବଳ ଖେଳି ଖେଳି ନବାବ ବନିଛନ୍ତି  ସରକାରୀ ପଦବୀରେ ରହିଛନ୍ତି   ତେବେ ଆମେ ଏଠାରେ ଆପଣଙ୍କୁ ସେଭଳି କିଛି କ୍ରିକେଟ ଖେଳାଳୀଙ୍କ ବାବଦରେ କହିବୁ ଯେକି କେବଳ ଖେଳରେ ହିଁ ଧ୍ୟାନ ଦେଇ ଆଜି ପ୍ରତିଷ୍ଠିତ ହୋଇଛନ୍ତି

ଜାଣନ୍ତୁ ୫ ଜଣ କ୍ରିକେଟ ଖେଳାଳୀଙ୍କୁ ଯେଉଁମାନେ ସରକାରୀ ପଦବୀରେ ରହିଛନ୍ତି

୧) ସଚିନ ତେନ୍ଦୁଲକର: କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ସଚିନ ତେନ୍ଦୁଲକରଙ୍କୁ ଏୟାର ଫୋର୍ସ ପକ୍ଷରୁ  ୨୦୧୦ରେ ସମ୍ମାନିତ କରାଯାଇଥିବା ସହ ତାଙ୍କୁ ଗ୍ରୁପ୍ ଅଧିନାୟକ ମଧ୍ୟ କରାଯାଇଥିଲା

୨) ମହେନ୍ଦ୍ର ସିଂ ଧୋନୀ : କ୍ରିକେଟରେ କ୍ୟାପଟେନ କୁଲ ହିସାବରେ ପରିଚିତ ଧୋନୀଙ୍କୁ ୨୦୧୫ ରେ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣଲ ହିସାବରେ ନିଯୁକ୍ତି ପାଇଥିଲେ କ୍ରିକେଟ ଜଗତରୁ ଆସିବା ପୂର୍ବରୁ ସେ ମଧ୍ୟ ରେଲୱେରେ ଚାକିରି କରୁଥିଲେ

୩) କପିଳ ଦେବ : କ୍ରିକେଟରେ ଭାରତକୁ ପ୍ରଥମ ବିଶ୍ୱକପ ଦେଇଥିବା କ୍ୟାପଟେନ କପିଳ ଦେବଙ୍କୁ ୨୦୦୮ ମସିହାରେ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣଲ କରାଯାଇଥିଲା

୪) ହରଭଜନ ସିଂ : ଭାରତୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ ସଫଳ ବୋଲର ଭାବେ ପରିଚିତ ହରଭଜନ ସିଂ ପଞ୍ଜାବ ପୁଲିସର ଡିଏସପି ଅଛନ୍ତି

୫)  ଉମେଶ ଯାଦବ : ଭାରତୀୟ କ୍ରିକେଟ ଟିମର ଦ୍ରୁତ୍ ବୋଲର ଉମେଶ ଯାଦବ ୨୦୧୭ ମସିହାରେ ଆରବିଆଇରେ ଆସିଷ୍ଟାଣ୍ଡ ମ୍ୟାନେଜର ପଦରେ ନିଯୁକ୍ତ ପାଇଛନ୍ତି

Get real time updates directly on you device, subscribe now.

Comments
Loading...