News World Odisha
Current News Updates

ଆଜିଠାରୁ ଚିଲିକାରେ ପକ୍ଷୀ ଗଣନା

0 40

ଚିଲିକାରେ ଆଜିଠାରୁ ପକ୍ଷୀ ଗଣନା । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଏଥିପାଇଁ ୨୧ଟି ଟିମ୍‌ ନିୟୋଜିତ ହୋଇଛନ୍ତି । ପ୍ରତି ଟିମର ୪ରୁ ୫ ଜଣ ସଦସ୍ୟ ରହିଛନ୍ତି । ଚିଲିକାର ଟାଙ୍ଗି ମଙ୍ଗଳାଯୋଡି ରେଞ୍ଜରୁ ୮ଟି ଟିମ୍‌, ବାଲୁଗାଁ ରେଞ୍ଜରୁ ୬ଟି ଟିମ, ସାତପଡ଼ାରୁ ୪ଟି ଟିମ୍‌, ରମ୍ଭାରୁ ୨ଟି ଟିମ୍‌ ଏବଂ ଚିଲିକା ରେଞ୍ଜରୁ ଗୋଟିଏ ଟିମ୍‌ ପକ୍ଷୀ ଗଣନା କାର୍ଯ୍ୟ କରିବେ । ୧୮ଟି ଟିମ ବୋଟରେ ଯିବେ । ୩ଟି ଟିମ ସ୍ଥଳପଥରେ ରହି ପକ୍ଷୀ ଗଣନା କରିବେ । ଗତବର୍ଷ ୮ ଲକ୍ଷ ୯୩ ହଜାର ୩୯ ପକ୍ଷୀ ଆସିଥିଲେ । ଚଳିତବର୍ଷ ଶୀତ ପ୍ରବଳ ଅନୁଭୂତ ହେଉଥିବାରୁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments
Loading...