News World Odisha
Current News Updates

ମ୍ୟାଗିରେ ସୀସା

ମ୍ୟାଗିରେ ସୀସା ଥିବା ସୁପ୍ରିମକୋର୍ଟରେ ସ୍ୱୀକାର କରିଛି ନେସଲେ କମ୍ପାନୀ

0 127

Get real time updates directly on you device, subscribe now.

ଆପଣ ମ୍ୟାଗି ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍ ।  କାରଣ ମ୍ୟାଗିରେ ରହିଛି ଲେଡ୍ ବା ସୀସା । ନିଜେ କମ୍ପାନୀ ସୁପ୍ରିମକୋର୍ଟରେ ଏହା ସ୍ୱୀକାର କରିଛି କି, ମ୍ୟାଗିରେ ବିଷାକ୍ତ ପଦାର୍ଥ ସୀସାର କିଛି ଅଂଶ ରହିଛି ।

ସ୍ୱାସ୍ଥ୍ୟ ସୁରକ୍ଷାର ମାନଦଣ୍ଡ ପୁରା କରି ନପାରିବା କାରଣରୁ ୨୦୧୫ରେ ୫୫୦ ଟନ୍ ମ୍ୟାଗି ନଷ୍ଟ କରିଦିଆଯାଇଥିଲା । ସରକାର ଏହି ମାମଲାରେ ୬୫୦ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି କମ୍ପାନୀର ଓକିଲଙ୍କୁ ପଚାରିଲେ, ତାଙ୍କୁ ସୀସା ଥିବା ମ୍ୟାଗି କାହିଁକି ଖାଇବା ଉଚିତ୍ ? ଏହି ମାମଲାର ଯେତେବେଳେ ଖୁଲାସା ହୋଇଥିଲା ସେତେବେଳେ କମ୍ପାନୀ ଦଲିଲ ଦେଇଥିଲା କି ମ୍ୟାଗିରେ ସୀସା ଉଚିତ୍ ମାତ୍ରାରେ ଥିଲା । କିନ୍ତୁ କମ୍ପାନୀ ଏବେ ମାନୁଛି କି ମ୍ୟାଗିରେ ସୀସା ଥିଲା । ମ୍ୟାଗିର ପ୍ରସ୍ତୁତକର୍ତ୍ତା କମ୍ପାନି ନେସଲେ ଦାବି କରି କହିଥିଲା ଯେ ମାଗିରେ ଏମଏସଜି ବା ମୋନୋସୋଡ଼ିୟମ ଗ୍ଲୁଟାମେଟ୍ ନଥିବା ପରୀକ୍ଷାରୁ ପ୍ରମାଣିତ ହୋଇଛି। ଏହାସତ୍ତ୍ୱେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ମାମଲାରେ ନେସଲେ କମ୍ପାନିକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହାର ବିକ୍ରି ଓ ବିଜ୍ଞାପନ ଉପରେ ରୋକ୍ ଲଗାଇଥିଲା । ଏହାସହ ୬୪୦ କୋଟିର ଜରିମାନା ଲଗାଇଥିଲା।

ଏହି ଘଟଣା ଏବେ ପଦାକୁ ଆସିବା ପରେ ନେସଲେ ଇଣ୍ଡିଆ କମ୍ପାନୀ ଅଡୁଆରେ ପଡିପାରେ ।

 

Get real time updates directly on you device, subscribe now.

Comments
Loading...