News World Odisha
Current News Updates

ପୋଲିସ କବଜାରେ ସିମରନଙ୍କ ବଏଫ୍ରେଣ୍ଡ୍

ଯୁଗ କହିଲେ ଘଟଣା ପଛରେ ମୋର କୌଣସି ହାତ ନାହିଁ

0 357

ଘନୀଭୂତ ହେଉଛି ସେଲଫି ବେବୋ ସିମରନଙ୍କ ମୃତ୍ୟୁ ରହସ୍ୟ । ପୋଲିସକୁ ମିଳିଲେ ସିମରନଙ୍କ ବଏଫ୍ରେଣ୍ଡ ।  ସମ୍ବଲପୁରୀ ଆଲବମ କ୍ୱିନ୍ ସିମରନଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଯୁଗ ସୁନାକୁ ବେଲପଡା ପୋଲିସ ଉଠାଇ ନେଇ ଅଟକ ରଖିଛି । ଏହାପରେ ତଦନ୍ତ ଜୋରଦାର ହୋଇଛି । ଗତକାଲି ସମ୍ବଲପୁରର ମହାନଦୀ ବ୍ରିଜ ତଳୁ ସିମରନଙ୍କ ମୃତଦେହ ମିଳିଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ପୋଲିସ ଅଧିକ ତଦନ୍ତ କରୁଛି ।

ଅନ୍ୟପଟେ ମୃତ୍ୟୁଘଟଣା  ନେଇ ମୁହଁ ଖୋଲିଲେ ଯୁଗ ସୁନା । ମୃତ୍ୟୁ ଘଟଣାରେ ତାଙ୍କ କୌଣସି ସଂପୃକ୍ତି ନାହିଁ ବୋଲି ସେ କହିଛନ୍ତି । ଘରୁ ଚାଲିଯିବା ପରେ ସିମରନଙ୍କ ସହ ଯୁଗ’ଙ୍କର ଆଉ କୌଣସି ସଂପର୍କ ନଥିଲା । ସିମରନଙ୍କୁ ହତ୍ୟା କରାଯାଇଛି ନାଁ ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ବିଷୟରେ ଯୁଗ ସୁନା କିଛି ଜାଣିନାହାନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments
Loading...