News World Odisha
Current News Updates

ଛଉ ପଡ଼ିଆରେ ଛକା ମାରି ପାରିଲେନି…!

ବାରିପଦା ପାରଦ ବଢାଇ ପାରିଲେନି ମୋଦି

0 939

Get real time updates directly on you device, subscribe now.

ସମସ୍ତଙ୍କ ନଜର ଥିଲା ମୋଦିଙ୍କ ମୁହଁକୁ ଆଉ ତାଙ୍କ ଶକ୍ତ ଭାଷଣକୁ  । ବାରିପଦା ସଭାରେ ଶକ୍ତ ହେବେ ମୋଦି ଆଉ ଛଉ ପଡ଼ିଆରୁ ଛକା ମାରିବେ  । ଖୋର୍ଦ୍ଧା ସଭାରେ ନୋହିଲା ନାହିଁ ଏଥର ବାରିପଦା ସଭାରେ ସ୍ବର ଶାଣିତ କରିବେ ପ୍ରଧାନମନ୍ତ୍ରୀ  । ହେଲେ ସେସବୁ କିଛି ହେଲାନି  । ନବୀନ କି ବିଜେଡି ବଦଳରେ ମୋଦି ଓଲଟି ପଡ଼ି ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ କରିଥିଲେ  । ଯଦିଓ ବାରିପଦା କଂଗ୍ରେସର ଗଡ଼ ନୁହେଁ କି ଓଡ଼ିଶାରେ କଂଗ୍ରେସ ଶାସନରେ ନାହିଁ ତଥାପି କଂଗ୍ରେସର ଖୁଣ ଧରିବା ସହ ବିଜେଡି ବିରୋଧରେ ପଦୁଟିଏ ବି ବଖାଣି ନଥିଲେ ମୋଦି । ସେପଟେ ନାରୀଙ୍କୁ ଆୟୁଧ କରି ମୋଦି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଆୟୁଷମାନ ଯୋଜନାରେ ରାଜ୍ୟ କଣ ପାଇଁ ଯୋଡ଼ି ହେଉନି ବୋଲି ପ୍ରଶ୍ନ କରିଥିଲେ  ।  ତେବେ ଏଥର ବି ଗୋଶାଳା ଭଳି ଛଉ ପଡ଼ିଆରେ ମୋଦିଙ୍କ ସମାନ ସ୍ଥିତି ପଦ୍ମ ପ୍ରେମୀ, ପଦ୍ମ କର୍ମୀଙ୍କୁ ନିରାଶ କରିଛି ।

     ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦିଙ୍କ ଏଭଳି ଆଭିମୁଖ୍ୟ ଗେରୁଆ କ୍ୟାମ୍ପକୁ ଗଡ଼ବଡ଼ କରିଛି । ମୋଦି କଣ ପାଇଁ ଧିରେଧିରେ ମାନ୍ଦା ହେଉଛନ୍ତି ତାର କାରଣ ବିଜେପି କର୍ମୀ ଖୋଜୁଥିବା ବେଳେ ମୋଦିଙ୍କ ଦୁଇ ଦୁଇଟା ସୋ ପ୍ଲପ ହେବା କର୍ମୀଙ୍କ ମନରେ ଉର୍ଜ୍ଜା କମାଉଛି  । ସେପଟେ ଘଣ୍ଟାଘଣ୍ଟା ଧରି ଗପୁଥିବା ମୋଦି ଆଜି କେବଳ ନାରୀ ଆଉ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଅଟକି ଯାଇଛନ୍ତି ଆଉ କଂଗ୍ରେସକୁ ଟାର୍ଗେଟ କରିଛନ୍ତି  । ତେବେ ହଠାତ କଣ ପାଇଁ ବଦଳିଗଲେ ମୋଦି ? ଆଗଭଳି ନିଆଁ ହୁଳା ପିଙ୍ଗୁଥିବା ମୋଦି ଏବେ କଣ ପାଇଁ ନରମ ହୋଇଗଲେ ? ଏ ପ୍ରଶ୍ନ ବିଜେପି କର୍ମୀଙ୍କୁ ନିରାଶ କରିଥିବା ବେଳେ ସମୀକରଣ ଆଡ଼କୁ ଇଙ୍ଗିତ କରୁଛି ?

Get real time updates directly on you device, subscribe now.

Comments
Loading...